୧୨ କିଲୋ ଗଞ୍ଜେଇ ଜବତ,୨ ଗିରଫ ।

ମାଲକାନଗିରି,୨୨/୧୦(ପିପିଟି): ମାଲକାନଗିରି ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏମଭି- ୭୯ ଥାନା ଭାରପ୍ରାପ୍ତ ଅଧିକାରୀ ମୁକୁନ୍ଦ ମେଲକାଙ୍କ ସହ ଏସଆଇ ନରେନ୍ଦ୍ର ପ୍ରସାଦ ସମେତ ୫ଜଣିଆ ଟିମ ୩୨୬ ଜାତୀୟ ରାଜପଥର ତେଲେରାଇ ଗ୍ରାମ ନିକଟରେ ଗତକାଲି ରାତି ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଏମଭ- ୭୯ ଥାନା ପୋଲିସ ଭୋର ୫ଟା ସମୟରେ ଦ୍ରୁତ ଗତିରେ କାଲିମେଳା ଆଡୁ ଏକ ଲାଲ ରଙ୍ଗର ହିରୋ ଗ୍ଲାମର ମଟର ସାଇକେଲ ଯୋଗେ ଦୁଇଜଣ ଆସୁଥିବା ଦେଖି ପୋଲିସ ଗାଡ଼ିକୁ ଅଟକାଇ ତଦନ୍ତ କରିବା ସମୟରେ ଏକ ବ୍ୟାଗରେ ଗଞ୍ଜେଇ ଦେଖିବାକୁ ପାଇଥିଲେ । ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରିବା ସହିତ ଗାଡିରେ ଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ନେଇଥିଲେ। ଜବତ ଗଞ୍ଜେଇ ଓଜନ କରାଯିବା ପରେ ଏହା ୧୨ କିଲୋ ୪୦୦ ଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ଗଞ୍ଜେଇ ଚାଲାଣକାରୀ ମାନେ ହେଲେ କମୁଳୁ ପାଙ୍ଗି(୧୮) ଓ ଗୁରୁ ହନ୍ତାଳ (୧୯) । ଉଭୟ ମାଲକାନଗିରି ଜିଲ୍ଲା କାଲିମେଳା ଚିନ୍ତାଲବେଡା ପରୁଲୁଗୁଡା ଅଞ୍ଚଳର ବୋଲି ଜଣା ପଡ଼ିଛି । ଏନେଇ ପୋଲିସ ପକ୍ଷରୁ କେଶ ନଂ: ୧୨୨ / ୨୨ ଅନୁଯାୟୀ ମାମଲା ରୁଜୁ କରାଯାଇ ଗିରଫ ଗଞ୍ଜେଇ ଚାଲାଣକାରୀକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମୁକୁନ୍ଦ ମେଲକା ପ୍ରକାଶ କରିଛନ୍ତି ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment