ବେଲଗୁଣ୍ଠା,୨୧/୦୪(ପିପିଟି):ସଦ୍ୟସମାପ୍ତ ଏନ୍ଏସି ନିର୍ବାଚନରେ ଦୀର୍ଘ ୩ ବର୍ଷ ପରେ ଭୋଟର ବାଛିଛନ୍ତି ନିଜ ପ୍ରିୟ ଜନପ୍ରତିନିଧିଙ୍କୁ । ଏଥି ସହିତ ସିଧାସଳଖ ଭାବେ ଅଧ୍ୟକ୍ଷ ମଧ୍ୟ ନିର୍ବାଚନ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ବେଲଗୁଣ୍ଠା ଏନ୍ଏସିର ୧୨ ଓ ୧୩ ନମ୍ବର ୱାର୍ଡ ପରିଦର୍ଶନ କରିଛନ୍ତି ନବନିର୍ବାଚିତ ନଗରପାଳ, ଉପନଗରପାଳ, ନିର୍ବାହୀ ଅଧିକାରୀ ଓ କାଉନସିଲର । ଉକ୍ତ ୱାର୍ଡର ବିଭିନ୍ନ ସମାସ୍ୟା ନେଇ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହିତ ସମାସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ଦୁଇ ୱାର୍ଡର ଲାଗିରହିଥିବା ଡ୍ରେନେଜ୍ ସମସ୍ୟା, କିଛି ଗରିବ ଲୋକଙ୍କୁ ରାସନ୍ କାର୍ଡ ନ ମିଳିବା,ବାସହୀନ ମାନଙ୍କୁ ସ୍ଥାୟୀ ପଟ୍ଟା,ଆବାସ ଯୋଜନା, ପାନୀୟ ଜଳ,ବାଲି ବନ୍ଧ ପୁନରୁଦ୍ଧାର, ଭଗବତ ପାଟଣା-ଧନିଜାପଲ୍ଲୀ କେନାଳର ପୁନରୁଦ୍ଧାର ଆଦି ନେଇ ନଗରପାଳ ଫିରୋଜ ସେଠୀ, ଉପନଗରପାଳ ଟି.ବବିତା କୁମାରୀ, ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,କାଉନସିଲର ବିଶ୍ୱନାଥ ଦଳେଇଙ୍କୁ ୱାର୍ଡବାସୀ ଜଣାଇଥିଲେ । ସମସ୍ତ ଅଭିଯୋଗ ତଥା ସମସ୍ୟା ଶୁଣିବା ସହ ପ୍ରତିନିଧି ମାନେ ଖୁବ୍ ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରିବା ସହିତ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆମେ ନିର୍ବାଚନ ସମୟରେ ବିଭିନ୍ନ ୱାର୍ଡ ପରିଦର୍ଶନ କରି ସମସ୍ୟା ସମାଧାନ କରିବୁ ବୋଲି ପ୍ରତିଶ୍ରୁତି ଦିଆଯିବା ସହିତ ସମସ୍ତ ୱାର୍ଡରେ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ସଙ୍ଗଠକ ତଥା ପୁର୍ବତନ କାଉନସିଲର ଲିଙ୍ଗରାଜ ପାତ୍ର, ଭଗବତପାଟଣାର ଉତ୍ସାହୀ ଯୁବକ ରବୀନ୍ଦ୍ରନାଥ ଡାକୁଆ, ସୁଶାନ୍ତ କୁମାର ବେହେରା,ପ୍ରଭାକର ଜେନା ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )