୧୨୦ ଗ୍ରାମ ସୁନା ଓ ୪.୫ ଲକ୍ଷ ଟଙ୍କା ଜବତ, ୩ ଗିରଫ

ମାଲକାନଗିରି,୩୦/୧୦(ପିପିଟି):ଜଣେ ସୁନା ଦୋକାନୀ ଠାରୁ ସୁନା ଗହଣା ଓ ନଗଦ ଟଙ୍କା ଛଡ଼ାଇ ନେବା ଘଟଣାରେ ମାଲକାନଗିରି ପୋଲିସ ୧୨୦ ଗ୍ରାମ ସୁନା ସହିତ ୪.୫ ଲକ୍ଷ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାର ସଫଳ ହୋଇଛି।ଗିରଫ ଅଭିଯୁକ୍ତମାନେ ହେଲେ ବୋରିଗୁମାର ସୁମନ କୁମାର ଅଚର୍ଯ୍ୟା(୨୫),ଜୟପୁରର କେ ମୂରଲୀ (୩୫), ନବରଙ୍ଗପୁରର ଏ. ଶ୍ରୀନିବାସ ଆଚାର୍ଯ୍ୟ (୫୫)।
ସୁନା ବ୍ୟବସାୟୀ ସୁବାସ ରାଜାରାମ ପାଟିଲ (୪୫)
ଗତ ୩.୭.୨୦୨୫ ତାରିଖ ରାତି ୯ ଘଟିକା ସମୟରେ ଦୋକାନ ବନ୍ଦ କରି ମାଲକାନଗିରି ପୌରାଞ୍ଚଳ ସ୍ଥିତ ବଣ୍ଡାବାକୁଲି ଗୁଡା ନିଜ ଘରକୁ ଫେରୁଥିଲା ବେଳେ ତାଙ୍କ ନିକଟରେ ଥିବା ସୁନା ବ୍ୟାଗ ଓ ନଗଦ ଟଙ୍କାକୁ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଛଡ଼ାଇ ନେଇଯାଇଥିଲେ। ସେ ଦୁହେଁ ମୁଣ୍ଡ ରେ ହେଲମେଟ ଓ ମୁହଁରେ ମାସ୍କ ପରିଧାନ କରିଥିି। ଏ ସମ୍ପର୍କରେ ମାଲକାନଗିରି ଥାନା ରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।ଏହି ଘଟଣାରେ ସମ୍ପୃକ୍ତ ଥିବା କୋରାପୁଟ ଜିଲ୍ଲା ବୋରିଗୁମାର ସୁମନକୁମାର ଅଚର୍ଯ୍ୟା(୨୫),ଜୟପୁରର କେ ମୂରଲୀ (୩୫), ନବରଙ୍ଗପୁରର ଏ. ଶ୍ରୀନିବାସ ଆଚାର୍ଯ୍ୟ (୫୫)କୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ପୋଲିସ ୧୨୦ ଗ୍ରାମ ସୁନା ଓ ୪.୫ ଲକ୍ଷ ଟଙ୍କା , ୟାମା ମୋଟର ସାଇକେଲ ଓ ଏକ କାର ଜବତ କରିଛ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment