୧୦୫ ବଲା ସହ ଟ୍ରାକ୍ଟର ଜବତ,ଆସାମୀ ଫେରାର ।

ମାଲକାନଗିରି,ତା:୦୮/୦୬(ପିପିଟି); ବାଲିମେଳା ବନାଳାଞ୍ଚ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତ ନିକଟସ୍ଥ ସାରିଆ ପଲ୍ଲୀ ଗ୍ରାମରୁ ଏକ ବଲା ବୋଝେଇ ଟ୍ରାକ୍ଟର ବନ କର୍ମଚାରୀମାନେ ଜବତ କରିବାରେ ସଫଳ ହୋଇଛନ୍ତି । ତେବେ ଆସାମୀ ଫେରାର ରହିଛି । ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବାଲିମେଳା ବନ କର୍ମଚାରୀମାନେ ଗତ କାଲି ରାତି ୧୦ ଘଟିକା ସମୟରେ ନିଳାକାମ୍ବେରୁ ପଞ୍ଚାୟତର ସାରିଆ ପଲ୍ଲୀ ଠାରେ ପହଞ୍ଚିଥିଲେ । ସେଠାରେ ଏକ ଟ୍ରାକ୍ଟରରେ କାଠ ବୋଝେଇ ହୋଇଥିବା ବେଳେ ନିକଟରେ କୌଣସି ଆସାମୀ ନଥିଲେ । ସୂଚନା ପାଇ ଟ୍ରାକ୍ଟର ଡ୍ରାଇଭର କୌଶଳ କ୍ରମେ ରାତିରେ ଚମ୍ପଟ ମାରିଛି ।ଫଳରେ ବନ କର୍ମଚାରୀମାନେ ଟ୍ରାକ୍ଟରକୁ ଜବତ କରି ବାଲିମେଳା ଫରେଷ୍ଟ କାର୍ଯ୍ଯାଳୟକୁ ଆଣିଥିଲେ । ସେଥିରେ ଟ୍ରାକ୍ଟରରେ ୧୦୫ ଖଣ୍ଡ ବଲା ଥିବାର ଜଣା ପଡିଛି । ବାଲିମେଳା ବନାଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ମାଡକାମୀ ଓଆର କେଶ ନଂ:୨୬ ଜଙ୍ଗଲ ଆଇନ ୫୬ ଅନୁସାରେ ମାମଲା ଋୁଜୁ କରି ତଦନ୍ତ ଆରମ୍ଭ କରିଛିନ୍ତି
। ତେବେ ଟ୍ରକ୍ଟର ନମ୍ବର ଏବଂ ଡାଲାର ନମ୍ବର ଭିନ୍ନ ଥିବାରୁ ଏହାର ତଦନ୍ତ ଲାଗି ଆରଟିଓଙ୍କୁ ଆଜି ପତ୍ରାଳାପ କରାଯାଇଥିବା ବାଳିମେଳା ବନାଞ୍ଚଳ ଧିକାରୀ ପ୍ରକାଶ କରିଛନ୍ତି । ଏହି ଚଢାଉରେ ଲନପାଳ ଶିବାନନ୍ଦ ଲେଙ୍କା,ବାଣିଶ୍ରୀ ମନସ୍ବିନୀ ଦେବୀ,ବନରକ୍ଷକ ରାଶି ମାଢି,ପ୍ରଶାନ୍ତ ରାଉତ ଏବଂ ପାରା କର୍ମଚାରୀମାନେ ଯୋଗ ଦେଇଥିଲେ ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment