୧୦ମ ଶ୍ରେଣୀ ଛାତ୍ରୀ କୁମାରୀ ମାତା ଘଟଣାରେ ପ୍ରଧାନଶିକ୍ଷକ,ଏଏନଏମ ନିଲମ୍ବିତ ଓ ମାଟ୍ରନ୍ ବହିଷ୍କୃତ ।

୧୦ମ ଶ୍ରେଣୀ ଛାତ୍ରୀ କୁମାରୀ ମାତା ଘଟଣାରେ ପ୍ରଧାନଶିକ୍ଷକ,ଏଏନଏମ ନିଲମ୍ବିତ ଓ ମାଟ୍ରନ୍ ବହିଷ୍କୃତ ।

ମାଲକାନଗିରି,୨୫/୦୨(ପିପିଟି) :ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି,ଜନ ଜାତି ବିଦ୍ୟାଳୟରେ ଅଧ୍ୟୟନ ରତ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗତ କାଲି ସନ୍ଧ୍ୟାରେ ହଷ୍ଟେଲ ପ୍ରକୋଷ୍ଠରେ ଏକ ଶିଶୁକୁ ଜନ୍ମ ଦେଇବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ଆଜି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡକାମୀ ଓ ଏଏନଏମ ଶ୍ରୀମତୀ କବିତା କୁମାରୀ ପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସେହିପରି ମାଟ୍ରନ୍ ଦିୟିତ୍ବରେ ଥିବା ଶ୍ରୀମତୀ ସୁଚିତ୍ରା ଚର୍ଚ୍ଚିଙ୍କୁ କାର୍ଯ୍ୟର ବହିଷ୍କାର କରାଯାଇଛି।
ବର୍ତ୍ତମାନ ୧୦ମ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଗତକାଲି ଝିଅଟି ପରୀକ୍ଷା ଦେଇ ଫେରିଥିଲା ଚିତ୍ରକୋଣ୍ଡା ହଷ୍ଟେଲକୁ ।
ପ୍ରତିଦିନ ସନ୍ଧ୍ୟା ରେ ହଷ୍ଟେଲରେ ପ୍ରାର୍ଥନା ହେଉଥିବା ବେଳେ ଜନୈକା ୧୦ମ ଶ୍ରେଣୀ ଝିଅଟି ଅନୁପସ୍ଥିତ ଥିଲା। ଝିଅଟି ନିଖୋଜ ଥିବା ଘଟଣା ଜଣାପଡ଼ିବା ପରେ ବିଦ୍ୟାଳୟ ପକ୍ଷରୁ ସଂପୃକ୍ତ ଝିଅର ବାପାଙ୍କୁ ଫୋନ୍ ଯୋଗେ ଜଣାଇବା ସହ ତୁରନ୍ତ ପହଞ୍ଚିବା ପାଇଁ କୁହାଯାଇଥିଲା। ଏବଂ ପୋଲିସକୁ ମଧ୍ୟ ଏ ସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା।କଛି ସମୟ ଖୋଜାଖୋଜି କଲା ପରେ ଝିଅଟି ହଷ୍ଟେଲର ଛାତ ଉପରୁକୁ ଯାଇ ଏକ ସନ୍ତାନକୁ ପ୍ରସବ କରିଥିବା ଦେଖିବାକୁ ମିଳିଥିଲା। ଉଭୟ ମା’ ଛୁଆଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଛାତ୍ରୀଜଣଙ୍କ କିପରି ଗର୍ଭବତୀ ହେଲେ, ସେ ସଂପର୍କରେ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ତେବେ ସ୍କୁଲ ଚାରିକାନ୍ଥ ଭିତରେ ଏତେ ବଡ଼ ଘଟଣା କିପରି ଘଟିଲା, କିଏ ଛାତ୍ରୀଙ୍କୁ ଗର୍ଭବତୀ କଲା , ସେନେଇ ଛାତ୍ରୀଙ୍କ ବାପା ମା’ ଚିନ୍ତା ପ୍ରକଟ କରିବା ସହ ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ସଂପର୍କରେ ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡ଼କାମିଙ୍କୁ ପଚାରିବାରୁ ସେ ଏ ସଂପର୍କରେ କିଛି ଜାଣିନାହାନ୍ତି ବୋଲି କହିବା ସହ ମୁଣ୍ଡରୁ ଦୋଷ ଛଡ଼ାଇ ମେଟ୍ରନ ଓ ଏଏନ୍‌ଏମ୍‌ଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଦାୟୀ କରିଥିଲେ।ଏଣେ ଝିଅ ର ବାପା କହିଛି ଯେ ଝିଅକୁ ବର୍ଷେ ହେଲା ଗାଁ କୁ ଯାଇ ନାହିଁ।ସେ ହଷ୍ଟେଲରେ ରହି ପାଠ ପଢୁଛି । ଏଣୁ ଏଥି ପାଇଁ ଯିଏ ଦୋଷୀ ତାକୁ କଠୋର ଦଣ୍ଡ ଦେବାକୁ ଦୃଢ ଦାବି କରିଛି। ଅନ୍ଯପକ୍ଷ ମାଲକାନଗିରି ଜିଲ୍ଲାପାଳ ଈଶ୍ୱର ଆଶିଷ ପାଟିଲ ଘଟଣାକୁ ଅନୁଧ୍ୟାନ କରି ପ୍ରଧାନ ଶିକ୍ଷକ, ଏଏନଏମ କୁ କାର୍ଯ୍ୟରୁ ଆଜି ନିଲମ୍ବିତ କରାଯିବା ବେଳେ ମେଟ୍ରନକୁ କାର୍ଯ୍ୟ ରୁ ବହିଷ୍କୃତ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment