୧୦ମ ମା ରାମଚଣ୍ଡୀ କ୍ରିକେଟ ଟୁର୍ଣ୍ଣମେଣ୍ଟ,ରମ୍ଭାବିଲ କ୍ରିକେଟ କ୍ଲବ ବିଜୟୀ।

ବୋଲଗଡ଼,୨୦/୦୧(ପିପିଟି):ବୋଲଗଡ଼ ବ୍ଲକ ଖଙ୍ଗୁରିଆ ଗ୍ରାମ ବଡ଼ତୋଟା ଖେଳପଡିଆରେ ଅନୁଷ୍ଠିତ ହେଉଥିବା ୧୦ମ ମା ରାମଚଣ୍ଡୀ କ୍ରିକେଟ ଟୁର୍ଣ୍ଣମେଣ୍ଟର ଦ୍ଵିତୀୟ ଲିଗ୍ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଯାଇଛି।ଏହି ମ୍ୟାଚରେ ବୋଲଗଡ଼ କ୍ରିକେଟ କ୍ଲବ ଓ ରମ୍ଭାବିଲ କ୍ରିକେଟ କ୍ଲବ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ରମ୍ଭାବିଲ ଦଳ ବିଜୟ ଲାଭ କରି ପରବର୍ତ୍ତୀ ରାଉଣ୍ଡ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।ମ୍ୟାଚରେ ରମ୍ଭାବିଲ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୫ ଓଭରରେ ୮ ଉଇକେଟ ବିନିମୟରେ ୯୦ ରନ ସଂଗ୍ରହ କରିଥିଲା।ଏହାର ଜବାବରେ ବୋଲଗଡ଼ ଦଳ ୧୨.୫ ଓଭର ଖେଳି ମାତ୍ର ୫୮ ରନରେ ସମସ୍ତ ଉଇକେଟ ହରାଇ ପରାଜୟ ବରଣ କରିବା ସହ ଟୁର୍ଣ୍ଣମେଣ୍ଟରୁ ବିଦାୟ ନେଇଛି।ଏହି ମ୍ୟାଚଟିକୁ ଅମ୍ପେୟର ଭାବେ ବ୍ରହ୍ମାନନ୍ଦ ଓ ବବୁଲ କୁମାର ପରିଚାଳନା କରିଥିଲେ।ଅତିଥି ଭାବେ ପୂର୍ବତନ ସମିତିସଭ୍ୟ ତଥା ସାମ୍ବାଦିକ ରମେଶ ରଞ୍ଜନ ସାହୁ,ନିରଂଜନ ସେଠୀ, ଦେବବ୍ରତ ହୋତା,ନିରଞ୍ଜନ ନାୟକ ଓ ସଞ୍ଜୀବ କୁମାର ସେଠୀ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଖଙ୍ଗୁରିଆର ମା ରାମଚଣ୍ଡୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣମେଣ୍ଟର ଏହି ମ୍ୟାଚଟିକୁ ଚନ୍ଦନ,ଭାସ୍କର,ରାଜୁ,ସନ୍ତୋଷ,ଅନିଲ,ପ୍ରଭଞ୍ଜନ,ସିପୁ,ଜଗନ ପ୍ରମୁଖ ଙ୍କ ସମେତ କ୍ଲବ ସଦସ୍ୟ ମାନେ ସହଯୋଗ କରି ପରିଚାଳନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment