ଭଞ୍ଜନଗର, ୦୬/୦୩ (ପିପିଟି): ଗତ ୧୦ଦିନ ହେଲା ଭଞ୍ଜନଗର ଏନ.ଏ.ସିକୁ ପୌରପାଳିକା ମାନ୍ୟତା ଦାବିରେ ନାଗରିକ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ଆବାହକ ଅଭିମନ୍ୟୁ ଗୌଡ଼ଙ୍କ ନେତୃତ୍ୱରେ ଏକ ବୈଠକ ବିଭିନ୍ନ ସଂଘଠନର କର୍ମକର୍ତ୍ତା ଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଆସନ୍ତା୧୨ତାରିଖ ଦିନ ଭଞ୍ଜନଗର ଏନ.ଏ.ସିକୁ ପୌରପାଳିକା ମାନ୍ୟତା ଦାବିରେ ନାଗରିକ କମିଟିର ଆହ୍ଵାନ କ୍ରମେ ଅଞ୍ଚଳର ବିଭିନ୍ନ ସଂଘଠନକୁ ନେଇ ୧୨ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏ ନେଇ ଖୁବଶୀଘ୍ର ପ୍ରଶାସନକୁ ଅବଗତ କରାଯିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରବାସୀଙ୍କୁ ସଚେତନତା କରାଯିବା ସହ ସମସ୍ତଙ୍କୁ ସହଯୋଗ କରିବାକୁ ସଦସ୍ୟ ନଚିକେତା ପ୍ରଧାନ କହିଛନ୍ତି। ଅଞ୍ଚଳର ୪୦ରୁ ଉର୍ଦ୍ଧ୍ବ ସଙ୍ଗଠନ ଓ ସହରାଞ୍ଚଳକୁ ଲାଗି ରହିଥିବା ଗ୍ରାମ ଗୁଡ଼ିକର ଜନସାଧାରଣ ଏଥିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ସ୍ୱାଇଁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ବୈଠକରେ ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼,ବରିଷ୍ଠ ଆଇନଜୀବୀ ରବି ଦାସ, ଅଳକା ମଞ୍ଜରୀ ପଟ୍ଟନାୟକ,ବିଏଚପି ନେତା ମୁରଲୀଧର ପଣ୍ଡା,କଂଗ୍ରେସ ନେତା ଦେବୀ ପ୍ରସାଦ ବିଷୋୟୀ,ପୂର୍ବତନ କାଉନସିଲର ଡି. ଚେଲପତି ରାଓ,ରମେଶ ବେହେରା, ପ୍ରଦୀପ କୁମାର ସ୍ୱାଇଁ, ୟୁଯେଏ ସଭାପତି ଅମରେନ୍ଦ୍ର ପଟ୍ଟନାୟକ,ମନୋଜ କୁମାର ଗୌଡ଼ ବିଦେଶୀ ସାହୁ,କାଳୁ ମହାରଣା,ପୁରୁଷୋତ୍ତମ ମହାପାତ୍ର, ରଜତ କୁମାର ଦାସ,ଶିବ ନାୟକ,ବିଦ୍ୟୁତ ଭୂଷଣ ପ୍ରଧାନ,ମଧୁ ସୂଦନ ପଣ୍ଡା,କେଦାର ନାଥ ପାତ୍ର,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଅଟୋ ୟୁନିୟନର କର୍ମକର୍ତ୍ତା,ଓଡିଶା ଡ୍ରାଇଭର ମହାସଂଘ ଭଞ୍ଜନଗର ଶାଖାର କର୍ମକର୍ତ୍ତାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)