ୟୁରିଆ ସାରପାଇଁ ବଜାରରେ ଘୁରିବୁଲୁଛି ଚାଷୀ।

ବୋଲଗଡ଼,୦୧/୦୯(ପିପିଟି): ବର୍ତ୍ତମାନ ସମୟରେ ଧାନ ରୁଆ ପୋତା କାମ ସରିଯାଇଛି। ଧାନ ଗଛ ହୃଷ୍ଟପୁଷ୍ଟ ହୋଇ ବୁଦାଧରି ବଢିବା ପାଇଁ ୟୁରିଆ ସାରର ଆବସ୍ୟତା ଅଛି। ଯାହା କି ସରକାର ସେବା ସମବାୟ ଜରିଆରେ ଯୋଗାଇ ଦେଇଥାନ୍ତି କିନ୍ତୁ ରାଜ୍ୟରେ ସାର ସଙ୍କଟ ପାଇଁ ବହୁ ହଇରାଣ ହେଉଛନ୍ତି ଚାଷୀ।
ଏହି ସାରର ଅଭାବ ଭିତରେ ୟୁରିଆ ସାର ନେବାକୁ ଚାଷୀମାନେ ପ୍ରତେକ ସାର ଦୋକାନ ରୁ ଦୋକାନ ମାନଙ୍କରେ ଘୁରିବୁଲିବାର ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ୟୁରିଆ ସାର ସଙ୍କଟ ଦେଖାଦେଇଥାଏ । କିନ୍ତୁ ଚଳିତ ବର୍ଷ ଅନ୍ୟ ବର୍ଷ ତୁଳନାରେ ଅସହ୍ୟ ହେଉଛି ସାର ସମସ୍ୟା । ବିଶେଷ କରି ୟୁରିଆ ସାରର ଅଭାବ ଯୋଗୁଁ ଚାଷ ପାଇଁ ୟୁରିଆ ସାରର ନିହାତି ଆବଶ୍ୟକତା ରହିଥିବା ବେଳେ କିଛି କଳାବଜାରୀ ଚଢ଼ା ଦରରେ ସାର ବିକ୍ରୟ କରିବା ଫଳରେ ଚାଷୀ ଠିକ ପରିମାଣରେ ସାର ପାଇପାରୁନାହିଁ।ଏହି ଭଳି ପରିସ୍ଥିତିରେ ସାରର ଅଭାବ ଯୋଗୁଁ ବଜାରରେ ୟୁରିଆ ବସ୍ତା ପିଛା ୭୦୦ ଟଙ୍କାରେ ସାର ବିକ୍ରି କରାଯାଉଛି। ଚାଷୀ ମଧ୍ୟ ବାଧ୍ଯ ହୋଇ କିଣିକି ଆଣୁଥିବାର ନଜରକୁ ଆସିଛି। ଯେଉଁ ଚାଷୀମାନଙ୍କର ଆର୍ଥିକ ପରିସ୍ଥିତି ଭଲ ନାହିଁ ସାର ପାଇଁ ଚିନ୍ତା ରେ ପଡିଯାଇଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment