ୟୁବି ହାଇସ୍କୁଲରେ “ଆସ ଲଗାଇବା ଗଛ” କାର୍ଯ୍ୟକ୍ରମ ।

ଭଞ୍ଜନଗର, ୧୫/୦୯(ପିପିପି): ଆଜି ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ଔଷଧୀୟ ବୃକ୍ଷ ରୋପଣ ଏକ୍ ପେଡ୍ ମାଁ କେ ନାମ୍ ପାଳନ ଅବସରରେ ବିଦ୍ୟାଳୟର ଏନ୍ ସି ସି ଆର୍ମି ଉଇଙ୍ଗ ସେକେଣ୍ଡ ଅଫିସର ତଥା ଇକୋ କ୍ଲବର ଆବାହକ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସମସ୍ତ ଏନ୍ ସି ସି ଆର୍ମି ଉଇଙ୍ଗ କ୍ୟାଡେଟ ଇକୋକ୍ଲବର ଅଗ୍ରଗାମୀ ବାର୍ତ୍ତାବହ ଭାବରେ ଯୋଗ ଦେଇଥିଲେ । ଉତ୍ତର ଘୁମୁସର ବନଖଣ୍ଡର ଅବସର ପ୍ରାପ୍ତ କର୍ମଚାରୀ ଶୂଳପାଣି ଶତପଥି , ସମାଜ ସେବୀ ନିଲୁ ମହାରଣା , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ରଥ,ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନ ମୋହନ ରଥ ସଭାପତିତ୍ୱ କରିବା ସହ ମୁଖ୍ୟ ବାର୍ତ୍ତାବହ ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରଥମ ଭାଗରେ ସବୁଜ ପୃଥିବୀର ଆବଶ୍ୟକତା ସଂପର୍କିତ ଆଲୋଚନା ସଭାର ଆୟୋଜନ କରାଯାଇଥିଲା ଏବଂ ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଏକ ପ୍ଲାଷ୍ଟିକ ମୁକ୍ତ ତଥା ସବୁଜିମା ଭରା ବିଦ୍ୟାଳୟରେ ପରିଣତ କରିବା ନିମନ୍ତେ ସଂକଳ୍ପ ଗ୍ରହଣ କରିଥିଲେ। ଏହାପରେ ଅତିଥିମାନେ ବିଦ୍ୟାଳୟରେ ଗୋଟିଏ ଗୋଟିଏ ଔଷଧୀୟ ବୃକ୍ଷ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିବା ଏବଂ ପ୍ରତ୍ୟେକ କ୍ୟାଡେଟଙ୍କୁ ଗୋଟିଏ ଲେଖାଏଁ ଗଛ ଲଗାଇ ବଞ୍ଚାଇବା ପାଇଁ ଶପଥ ଗ୍ରହଣ କରାଇଥିଲେ । ଶ୍ରୀ ଶତପଥି ଅନେକ ପ୍ରକାର ଔଷଧୀୟ ବୃକ୍ଷ ଯଥା କର୍ପୂର ତୁଳସୀ, ଦୁଲ୍ହବା,ପିପ୍ପଳି , କୁରୁମଲ୍ଲୀ,ସଦା ବିହାରୀ , ଲକି ବେମ୍ବୋ, ସ୍ବର୍ଣ୍ଣ ଚମ୍ପା ଆଦି ଔଷଧୀୟ ବୃକ୍ଷ ବିଦ୍ୟାଳୟକୁ ପ୍ରଦାନ କରିଥିଲେ।ଏଥିସହ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍ୱପ୍ନେଶ୍ୱରୀ ଦିଗାଲ୍, ଇକୋକ୍ଲବ ଉପଦେଷ୍ଟା ଶଙ୍କର ପ୍ରସାଦ ପଟ୍ଟନାୟକ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment