ୟୁନିକ ଡ୍ୟାନ୍ସ ଏକାଡେମୀ ଠାରେ ସରସ୍ୱତୀ ପୂଜା ଅନୁଷ୍ଠିତ ।

ଭଞ୍ଜନଗର,୧୬/୦୨(ପିପିଟି);ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଭଞ୍ଜନଗର ଠାରେ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କ ପୂଜା ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି। ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ବେଳେ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ ସରସ୍ୱତୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ସକାଳୁ ସକାଳୁ ଛାତ୍ରଛାତ୍ରୀ ମାନେ ନୂତନ ପୋଷାକ ପିନ୍ଧିବା ସହ ବିଭିନ୍ନ ଭୋଗ ସାମଗ୍ରୀ ହାତରେ ଧରି ପୂଜା ମଣ୍ଡପରେ ଉପସ୍ଥିତ ହୋଇ ପୂଜା କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ।ସହରର ଲଣ୍ଡେଇ ସାହି ମୁଖ୍ୟ ରାସ୍ତାରେ ଥିବା ୟୁନିକ ଡ୍ୟାନ୍ସ ଏକାଡେମୀ ରେ ମଧ୍ୟ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ମୁଖ୍ୟ ଜୟକୃଷ୍ଣ ପଟ୍ଟନାୟକ କର୍ତ୍ତା ଭାବେ ରହିଥିବା ବେଳେ ପ୍ରଶିକ୍ଷକ ପିଣ୍ଟୁ ବିଷୋୟୀ ଓ ଅନ୍ୟମାନେ ସହଯୋଗ କରିଥିଲେ। ସେହିପରି ମୁଖ୍ୟ ଡାକଘର, ତ୍ରିପାଠୀ ଟ୍ୟୁଟୋରିଆଲ, ଓଁ ସଙ୍ଗୀତ ଏକାଡେମୀ, ନୃତ୍ୟାୟନ, ଜୟ ଜଗନ୍ନାଥ କୋଚିଂ ସେଣ୍ଟର ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକରେ ମଧ୍ୟ ସରସ୍ବତୀ ପୂଜା ପାଳନ କରାଯାଇଥିଲା।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment