ୟୁକ୍ରେନରେ ଫସିଥିବା ଧଳାପଥର ଗ୍ରାମର ମାନସୀ ରଣା ଘରକୁ ଫେରିବା ପରେ ଖୁସିର ମହଲ।

ବୋଲଗଡ଼,୦୯/୦୩(ପିପିଟି):ବୋଲଗଡ଼ ବ୍ଳକ ଅନ୍ତର୍ଗତ ଧଳାପଥର ଗ୍ରାମର ମାନସୀ ରଣା ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢୁଥିଲେ। ରୁଷିଆ ଓ ୟୁକ୍ରେନ ମଧ୍ୟରେ ଘୋର ଯୁଦ୍ଧ ଲାଗି ଅନେକ ଜନଜୀବନ ଚାଲିଯାଉଥିବା ସମୟରେ ଡାକ୍ତରୀ ପଢ଼ୁଆ ଝିଅ ଧଳାପଥର ସ୍ଥିତ ମାନସୀ ରଣାଙ୍କ ସୁରକ୍ଷା ପାଇଁ ଚିନ୍ତାଗ୍ରସ୍ତ ଥିଲେ ସପରିବାର ଓ ଗ୍ରାମବାସୀ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭାରତୀୟ ମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟିତ କାର୍ଯ୍ୟକ୍ଷମ ସାହାଯ୍ଯରେ ମାନସୀ ରଣା ଘରେ ପହଞ୍ଚି ପାରିଛନ୍ତି, ଯାହାଫଳରେ ଘରେ ଝିଅ ପହଞ୍ଚିବା ପରେ ସପରିବାର ର ସଦସ୍ୟ ଓ ଗ୍ରାମବାସୀମାନେ ଝିଅକୁ ମିଠା ଖୁଆଇ ସ୍ୱାଗତ ଅଭିବାଦନ କରିଛନ୍ତି, ଏଥିରେ ସରକାରଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ନିଜ ଅଞ୍ଚଳରେ ଏକ ବିଦେଶର ଡାକ୍ତର ମାନସିକୁ ପାଇ ଖୁବ୍ ଗର୍ବିତ ବୋଲି ମତ ବ୍ୟକ୍ତ କରିଛନ୍ତି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment