ଘସିପୁରା,୦୬/୦୨: ହୋଟେଲରେ ଖାଇବା ପଡିଲା ମହଙ୍ଗା,ଗଞ୍ଜେଇ ଭର୍ତ୍ତି ଦୁଇ କାରକୁ ମାଡ଼ିବସିଲା ପୋଲିସ । ସୂଚନାରୁ ପ୍ରକାଶଘସିପୁରା ଥାନା ପୋଲିସକୁ ମିଳିଛି ଏଭଳି ଏକ ବଡ ସଫଳତା । ସୂଚନା ଅନୁଯାଇ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଘସିପୁରା ବାଏ ପାସ ଏନ ଏଚ୍ ୨୦ ପାର୍ଶ୍ୱରେ ଥିବା ଏକ ହୋଟେଲରେ ରାତି ୧୧ ଟା ବେଳେ ଜଣ ଯୁବକ ଦୁଇଟି କାର ରଖି ଖାଉଥିବା ବେଳେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଘସିପୁରା ଥାନା ଆଇ.ଆଇ.ସି କିଶୋର ପ୍ରଧାନ,ଏସ.ଆଇ ତାପସ ଦାସ ଓ ଏସ.ଆଇ ସ୍ୱାଧୀନ ସେଠୀ ହୋଟେଲରେ ପହଞ୍ଚି ସେମାଙ୍କୁ କାବୁ କରିବା ସହିତ କାର ଦୁଇଟିକୁ ଜବଦ କରିଥିଲେ । ଏହି ୪ଜଣଙ୍କ ମଧ୍ୟରୁ ୩ଜଣ କେନ୍ଦୁଝର ଜିଲ୍ଲା ବାଂଶପାଳ ଅଞ୍ଚଳର ହେମନ୍ତ ବେହେରା,ରାଜେଶ ପାତ୍ର ଓ ମିଶ୍ର ବେହେରାଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ନରଣପୁର ର ଜଣେ ମାଷ୍ଟର ମାଇଣ୍ଡ ଫେରାର ହୋଇ ଯାଇଥିଲା । ଦୁଇଟି କାର ଓଡ଼ି ୦୨ ବିଡବ୍ଲୁ ୪୫୨୭ ଓଡ଼ି ୦୨ ଏଏଲ ୧୬୩୬ ରୁ
ଜବଦ ହୋଇଥିବା ୮ବସ୍ତା ଗଞ୍ଜେଇର ୮୫ କେଜି ହୋଇଥିବା ଜଣା ପଡିଛି । ଏହି ଗଞ୍ଜେଇ ବେପାରୀ ମାନେ ଖୁଲମ ଖୁଲା କାର ଡ଼ିକିରେ ଏଭଳି ବେଆଇନ ନିଶାଦ୍ରବ୍ୟ ନେଇ କେଉଁ ଆଡେ ଯାଉଥିଲେ ଓ ଏମାନଙ୍କ ସମ୍ପୃକ୍ତି କେତେଦୂର ପର୍ଯ୍ୟନ୍ତ ଲମ୍ବିଛି ତାହା ଘସିପୁରା ପୋଲିସ ତଦନ୍ତ ଚଳାଇଛି । ଏହି ଅପରାଧି ମାନଙ୍କ ଠାରୁ ୬ଟି ମୋବାଇଲ ଫୋନ ସହିତ ୧୪୦୦ ଟଙ୍କା ଜବତ କରିଥିଲେ । ଦିନକୁ ଦିନ ନିଶାକାରବାର ଆନନ୍ଦପୁର ଅଞ୍ଚଳରେ ବଢି ବଢି ଚାଲୁଥିବାରୁ ସାଧାରଣତଃ ଜନ ଜୀବନ ଅଶାନ୍ତି ସୃଷ୍ଟି ହେବା ଦେଖିବାକୁ ମିଳୁଛି ।