ହେ ଟଙ୍କା…!
ତୁମ ପାଖେ ଅଛି କେଉଁ ମୋହିନୀ ମନ୍ତ୍ର
ସମସ୍ତେ ଦେଖି ହୁଅନ୍ତି ରଙ୍କା…!!
ହେ ଟଙ୍କା….!
ତୁମେ କାହା ପାଖେ ପୁଳା ପୁଳା ଥାଅ
ବନାଅ ସୁବର୍ଣ୍ଣ ଲଙ୍କା….
ଆଉ କହା ପାଖେ ଅଦୁଲିଏ ନାହିଁ
ମୁହଁ ଦା’ପରି ବଙ୍କା….!!
ହେ ଟଙ୍କା…..!
ଅସମ୍ଭ କାମ ସମ୍ଭବ କରୁଛ
ଟଳାଅ ବିପଦ ଶଙ୍କା….
ତୁମକୁ ଦେଖିଲେ କ୍ରୋଧ ପ୍ରସମିତ
ଗ୍ରୀଷମେ ସମୀର ପଙ୍ଖା…!!
ହେ ଟଙ୍କା….!
ସକାଳେ ସନ୍ଧ୍ୟାରେ ଖୋଜା ପଡ ତୁମେ
ତୁମେ ଜୀବନ ନଉକା…
ତୁମେ ହଁ ସ୍ବର୍ଗ ତୁମେ ଚିଦାନନ୍ଦ
ତୁମ ବିନା ରଙ୍ଗ ଫିକା…!!
ହେ ଟଙ୍କା….!
ତୁମର ପ୍ରବେଶ ସର୍ବ ଅନୁଷ୍ଠାନେ
ତୁମେ ହିଁ ପବିତ୍ର ଏକା….
କଂସେଇ ଖାନାରୁ ଗଣିକାକୁ ଛୁଇଁ
ପୂଜା ସ୍ଥଳେ ଦିଅଁ ଦେଖା….!!
ହେ ଟଙ୍କା…..!
ଚୋର ଭଲ ପାଏ ତୁମକୁ ଅନ୍ତରେ
ସାଧୁ ସନ୍ଥ ଯେ ଗଣିକା….
ତୁମେ ଦିଅ ବଳ ବୁଦ୍ଧି କଉଶଳ
ତୁମ ବିରହେ ଜଳକା….!!
ହେ ଟଙ୍କା….!
ତୁମ ପାଇଁ କୁରୁକ୍ଷେତ୍ର ଘଟୁଥାଏ
ଶୋଣିତ ସରିତ ଏକା….
ଆପଣ ମଣିଷ ସାତ ପର ହୁଏ
ମୁଖେ ସ୍ମରି ଟଙ୍କା ଟଙ୍କା….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭