ହେ ଈଶ୍ୱର ।

ପକ୍ଷୀ ର ସ୍ୱର ରେ ତୁମରି ସଙ୍ଗୀତ
ଝରଣା ର କୁଳୁନାଦ
ରବି କିରଣ ରେ ତେଜ ପ୍ରକାଶଇ
ହସ ପ୍ରକଟଇ ଚାନ୍ଦ !!!!

ସବୁଜ ସମ୍ଭାର ଝରଣା ର ଝର
ବନଗିରି ମନଲୋଭା
ସନ୍ଧ୍ୟା ତାରା ଫୁଲ ଦିଶେ ଝଲ ମଲ
ଆହା କି ଅପୂର୍ବ ଶୋଭା!!!

ଆକାଶେ ବରଷା ଗଛେ ମିଠା ଫଳ
ସବୁ ତୁମରି ସୃଜନ
ମନ ଜାଣି ସିନା ଦେଇଅଛ ସବୁ
ଯାହା ଲୋଡଇ ଜୀଵନ !!

ଦିନ ରେ ଆଲୋକ ରାତି ରେ ଜୋଛନା
ସବୁ ତୁମ ଅବଦାନ
ପ୍ରାଣୀ ଙ୍କ ମନ ରେ ଦୟା କ୍ଷମା ଗୁଣ
ଭରି କରିଦେଲ ଧନ୍ୟ !!

କୋଇଲି କଣ୍ଠ ରେ କୁହୁତାନ ଦେଲ
ବସନ୍ତେ ମଳୟ ବହେ
ତୁମ ଆଶୀର୍ବାଦେ ପଙ୍କ ରୁ ପଙ୍କଜ
ପ୍ରଭାତ ରୁ ଉଠି ଚାହେଁ !!!

ରଙ୍ଗ ଭରିଦେଲ ପ୍ରଜାପତି ଦେହେ
ଗଛ ଦେହେ ସବୁଜିମା
ଅଳସୀ କୁସୁମ ପାଖୁଡ଼ା ମେଲିଣ
ବଢ଼ାଇ ଦିଏ ଉପମା !!

ସାତ ରଙ୍ଗ ଦେଲ ଇନ୍ଦ୍ରଧନୁ ଦେହେ
ପ୍ରଭାତ କୁ କଲ ନାଲି
ଯାଦୁ ଭରି ଦେଲ ସାରା ଜଗତରେ
ହେଉ ନାହିଁ ଜମା ଭୁଲି !!!

କୋଟି ପ୍ରଣିପାତ ଆହେ ବିଶ୍ୱନାଥ
ଧନ୍ୟ ତୁମ ସୃଷ୍ଟି ଲିଳା
ଜଗତ ର ହିତ ପାଇଁ ହେଲ ପ୍ରୀତ
କଲ କେତେ ଖେଳା ଲୀଳା!!!!

ଏତିକି ପ୍ରାର୍ଥନା ଚରଣ ରେ ତୁମ
କରୁଣା କରିବ ହରି
ତୁମ ଅବଦାନ ରହିବ ସ୍ମରଣ
ନ ଯିବି କେବେ ମୁଁ ଭୁଲି !!!

ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ ।।
ବାରକୋଟ, ଦେବଗଡ଼ ।।

Comments (0)
Add Comment