ହେତୁବାଦୀ ନେତା ତଥା ଆସିକା ଚିନି ଶିଳ୍ପର ଅବସରପ୍ରାପ୍ତ ମୁଖଯନ୍ତ୍ରୀ ରାଜା ସୁରେଶଙ୍କ କରୋନାରେ ପରଲୋକ।

ବ୍ରହ୍ମପୁର,୧୪/୦୫; ବ୍ରହ୍ମପୁରର ହେତୁବାଦୀ ନେତା ତଥା ଆସିକା ଚିନି ଶିଳ୍ପର ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ରାଜା ସୁରେଶଙ୍କ ଶୁକ୍ରବାର କରୋନାରେ ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ସେ କନିସି ସ୍ଥିତ ଅଶ୍ୱିନୀ କୋଭିଡ ଚିକିତ୍ସାଲୟରେ ଭର୍ତି ହୋଇଥିଲେ । ଗଞ୍ଜାମ ଓକିଲ ସଂଘର ପୂର୍ବତନ ସଭାପତି ସୁଧାଂଶୁ ପଣ୍ଡାଙ୍କ ଭାଇ ସ୍ବର୍ଗତ ରାଜା ସୁରେଶଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କ ସମେତ ସହକର୍ମୀଙ୍କ ଗହଣରେ ଶୋକର ଛାୟା ଖେଳିଯାଇଛି ।ଓଡିଶାର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ମାନେ ଶୋକ ପ୍ରକାଶ କରିଛନ୍ତି ।

Comments (0)
Add Comment