ହୃଦଘାତ ରେ ସାମ୍ବାଦିକଙ୍କ ପରଲୋକ ।

କୋଦଳା,୧୧/୦୨(ପିପିଟି); ଗଂଜାମ ଜିଲ୍ଲା କୋଦଳା ଏନ୍ଏସି ଅନ୍ତର୍ଗତ ପାଣ୍ଡି ସାହି ବାସିନ୍ଦା ତଥା ଓଡିଶା ଏକ୍ସପ୍ରେସ ଖବରକାଗଜର କୋଦଳା ପ୍ରତିନିଧି ଦିବାକର ପାଣ୍ଡି (ବାବୁଲା, ୪୮) ଙ୍କ ଆଜି ରାତ୍ର ପ୍ରାୟ ୩ ଘଣ୍ଟା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ରାତିରେ ତାଙ୍କର ଛାତି ରେ ଯନ୍ତ୍ରଣା ଅନୁଭବ ହେବାରୁ ପ୍ରଥମେ ତାଙ୍କୁ କୋଦଳା ମେଡିକାଲ୍ କୁ ନିଆଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲକୁ ନେବା ବାଟରେ ଭୂତ ସରସିଂ ନିକଟରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ମିଳିଛି । ତାଙ୍କର ଚାରି ଝିଅ ଗୋଟେ ପୁଅ ଅଛନ୍ତି । ଶେଷକୃତ୍ୟ କୋଦଳା ଠାରେ ହୋଇଥିଲା । ତାଙ୍କର ଶେଷ ଦର୍ଶନ ନିମେନ୍ତ ବହୁ ରାଜନୈତିକ ବ୍ୟକ୍ତି ଓ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ପାଣ୍ଡିଙ୍କ ମୃତ୍ୟୁ ଖବର ଶୁଣି ବିଧାୟିକା ଲତିକା ପ୍ରଧାନ ଦୁଃଖ ପ୍ରକାଶ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment