ହୁ ହୁ ହୋଇ ଜଳି ଗଲା ୬ ବଖରା ଘର।

ଶେରଗଡ,୧୯/୦୨(ପିପିଟି); ଶେରଗଡ ବ୍ଲକ ଅନ୍ତର୍ଗତ ତାକରଡ଼ା ଗ୍ରାମ ପଞ୍ଚାୟତର ଭୁଷୁଣ୍ଡା ଗ୍ରାମରେ ଆଜି ୧୧.୩୦ ମିନିଟ ସମୟରେ କୌଣସି କାରଣ ବସତ ଗ୍ରାମର ସହଦେବ ସ୍ୱାଇଁ, ଗୋପାଳ ସ୍ୱାଇଁ, ଲିଙ୍ଗା ସ୍ୱାଇଁ, ମୁରଲୀ ସ୍ୱାଇଁ, ମଙ୍ଗୁଲୁ ସ୍ୱାଇଁ, ଲିଙ୍ଗା ସ୍ୱାଇଁଙ୍କ ଘରେ ନିଆଁ ଲାଗି ହୁ ହୁ ହୋଇ ଜଳିଗଲା ୬ ବଖରା ଘର ଓ ଦୁଇଟି ଗୁହାଳ ସହ ନିଆଁ ରେ ଗୋଟିଏ ବାଇକ, ଦୁଇଟି ସାଇକେଲ ଦୁଇଟି ଶଗଡ଼, ଦଶ ଗୋଟି ଧାନ ବସ୍ତା, ଚାଉଳ ସହ, ବିଭନ୍ନ ପ୍ରକାର ରୋଷେଇ ସାରଞ୍ଜାମ ଓ ବହୁତ ନିତ୍ୟ ବ୍ୟବହାର ଖଦି ପଟା ନିଆଁରେ ଲୀନ ହୋଇଥିଲା । ଖବର ପାଇ ଶେରଗଡ ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ କରିଥିଲେ। କ୍ଷୟ କ୍ଷତି ଆକଳନ କରିବା ସହ କ୍ଷତି ପୂରଣ ଦେବା ପାଇଁ ବ୍ଲକ ପ୍ରଶାସନଙ୍କୁ ଗୁହାରୀ କରିଛନ୍ତି ।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment