ହିଞ୍ଜିଳି ସ୍ୱରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ।

ହିଞ୍ଜିଳିକାଟୁ, ୨୨/୧୧(ପିପିଟି): ସ୍ଥାନୀୟ ହିଞ୍ଜିଳିକାଟୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟା ଭାରତୀ ଯୋଜନା ଅନୁସାରେ “ସପ୍ତଶକ୍ତି ସଙ୍ଗମ ” କାର୍ଯ୍ୟକ୍ରମ ଆୟୋଜିତ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମାଜରେ ନାରୀ ସଶକ୍ତି କରଣ ଓ ନାରୀ ଜାଗରଣ ପାଇଁ ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମର ଲକ୍ଷ୍ୟ କରାଯାଇଛି । ବିଦ୍ୟା ଭାରତୀ ଅଧିନରେ ଥିବା ପ୍ରାୟ ୪୦,୦୦୦ ଶିଶୁ ମନ୍ଦିରରେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ପାଳନ କରାଯାଉଛି । ସେହିଭଳି ଆଜି ହିଞ୍ଜିଳିକାଟୁ ସ୍ବରସ୍ବତୀ ଶିଶୁ ବିଦ୍ଯାମନ୍ଦିର ପରିସରରେ ସପ୍ତଶକ୍ତି ସଙ୍ଗମ ଯୋଜନାରେ ଥିବା ସମସ୍ତ ମାତୃମଣ୍ଡଳୀଙ୍କୁ ସଚେତନ କରିବା ଏବଂ ସମାଜକୁ ଉଚିତ୍ ମାର୍ଗ ଦର୍ଶନ ଦେବୁ ନେଇ ତାର ସୁପ୍ତ ଚେତନାକୁ ଜାଗ୍ରତ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏଥିପାଈଁ ଏକ ପ୍ରେସମିଟ୍ ବିଦ୍ୟାମନ୍ଦିରରେ ଆୟୋଜନ ହୋଇଥିଲା । ସୁଶ୍ରୀ ବିଶ୍ଳେଶ୍ବରୀ ସାହୁ, ପ୍ରାନ୍ତ ସେବିକା ସମିତି ପ୍ରମୁଖ ମୁଖ୍ୟ ବକ୍ତା ଭାବରେ ଯୋଗଦାନ ଦେଇ ନାରୀ ଶକ୍ତି ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ସୁପ୍ରିୟା ଗୁପ୍ତା ନାରୀଙ୍କୁ ଶ୍ରେଷ୍ଠ ମର୍ଯ୍ୟାଦା ଦେବା ସହ ତାଙ୍କର ଅକ୍ଷୁର୍ଣ୍ଣ ଶକ୍ତି ଉପରେ ବକ୍ତବ୍ୟ ରଖିଥିଲେ । ମାତୃଭାରତୀର ସଭାପତି ଶ୍ରୀମତୀ ସାଗରିକା ପଟ୍ଟନାୟକ ଓ ସଂଯୋଜିକା ଶ୍ରୀମତୀ ରମା ମହାପାତ୍ର ନାରୀ ମାନଙ୍କୁ ମାଁ ରୁପେ ଗ୍ରହଣ କରିବା ଏବଂ ସମସ୍ତ ଶକ୍ତିର ପ୍ରୟୋଗ କରିବା ନେଇ ନିଜର ବକ୍ତବ୍ୟ ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ରଖିଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ସମୟରେ ଶ୍ରୀମତୀ ରାଜଲକ୍ଷ୍ମୀ ଖାଡଙ୍ଗା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପସ୍ଥିତ ମା” ମାନଙ୍କର ଏକ କୁଇଜ୍‌ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ମା ମାନଙ୍କୁ ନେଇ ସଙ୍କଳ୍ପ, ଶ୍ରୀମତୀ ପ୍ରୀତିରେଖା ପଟ୍ଟନାୟକ କରିଥିବା ବେଳେ ଜ୍ୟୋତିଲକ୍ଷ୍ମୀ ସ୍ବାଇଁ ବୌଦ୍ଧିକ ପରିଚାଳନା କରିଥିଲେ ଓ ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ମାତୃମଣ୍ଡଳୀ ଉପସ୍ଥିତ ଥିଲାବେଳେ ଅନୁଷ୍ଠାନର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ରୀତାଞ୍ଜଳୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ୍ -ଅଜିତ କୁମାର ପଟ୍ଟନାୟକ

Comments (0)
Add Comment