ହିଞ୍ଜିଳିକାଟୁ,୨୧/୦୫(ପିପିଟି); ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକୀ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ତରଫରୁ ପାଳିତ ହେବା ସହ, ଗରିବଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରଜିଛି । କୋଭିଡ ମହାମାରୀ ଯୋଗୁଁ ହିଞ୍ଜିଳି ପୌରାଚଂଳ ଓ ବ୍ଳକ ଅଞ୍ଚଳରେ ଅସୁବିଧାରେ ଜୀବନ ଅତିବାହିତ କରୁଥିବା ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟପୁଡିଆ ସହ ପଣିବୋତଲ ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ସରକାରଙ୍କ ପକ୍ଷରୁ ହୋଇଥିବା କୋଭିଡ଼ କଟକଣାକୁ ମାନିଚଳିବା, ମାସ୍କ ପରିଧାନ ଓ କାମନଥିଲେ ବାହାରକୁ ଆସନ୍ତୁନାହିଁ ବୋଲି ସଚେତନତା ମଧ୍ୟ କରିଥିଲେ । ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ହିଞ୍ଜିଳି ପରିଦର୍ଶନ ବିଷୟ ମନେପକାଇ ଲୋକଙ୍କ ପାଇଁ କଂଗ୍ରେସ ସରକାରରେ ବିଶ୍ୱାସ ରହିଛି ବୋଲି ଯୁବ ନେତା କହ୍ନେୟାଲାଲ୍ ସାବତ (କାହ୍ନା ) କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ଗୌଡ଼ , ସାଗର ଦାସ , ପବିତ୍ର ସେଠୀ, ରାଜେଶ ସେଠୀ, କାଳିଆ ପାଣିଗ୍ରାହୀ , ଲକ୍ଷ୍ମୀନାରାୟଣ ନାହାକ ଓ ଛାତ୍ର ନେତା ଚନ୍ଦନ କୁମାର ପାଢ଼ୀ ପମୁଖ ଉପସ୍ଥିତି ଥିଲେ ।
( ରିପୋର୍ଟ- ସାନ୍ତନୁ କୁମାର ବେହେରା)