ହିଞ୍ଜିଳି ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।

ବ୍ରହ୍ମପୁର,୨୦/୦୬(ପିପିଟି): ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ୨୧ଟି ପଞ୍ଚାୟତ ର ୪୦୦ ଭିନ୍ନକ୍ଷମ ଯୋଗ ଦେଇଥିଲେ।ସେମାନେ ସେମାନଙ୍କ ନାମ ପଞ୍ଜିକରଣ କରିବାସହ ବ୍ଲକ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା ଆନୁକୂଲ୍ୟରେ ବିଭିନ୍ନ ପ୍ରକାର ସାହାର୍ଯ୍ୟ ଓ ସହଯୋଗ ପାଇଁ ନିଷ୍ପତ୍ତି ନିଆଯାଇଛି।ଏଥିମଧ୍ୟରେ ଟ୍ରେନ୍ /ବସ ପାଇଁ ରିହାତି ସୁବିଧା, ରାସନ କାର୍ଡ଼,ଆୟଜନିତ ପ୍ରମାଣ ପତ୍ର ,ଋଣ, ପେନସନ, ମାଗଣା ଟ୍ରାଇ ସାଇକଲ ,ଚକଲଗା ଚୌକି, ଆଶାବାଡ଼ି ,ଅନ୍ଧ ମାନଙ୍କ ପାଇଁ ବାଡ଼ି ଆଦି ଅନ୍ତର୍ଭୁକ୍ତ ଥିଲା। ପଞ୍ଜିକୃତ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଏହିସବୁ ପ୍ରକାର ସୁବିଧା ଏବଂ ସହଯୋଗ ଏକମାସ ମଧ୍ୟରେ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା ପ୍ରକାଶ କରିଛନ୍ତି। ଏହି ଶିବିର ସକାଳ୦୭ ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଉକ୍ତ ଶିବିରକୁ ହିଞ୍ଜିଳି ପୌରପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୌରାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳି ବ୍ଲକ ଅଧ୍ୟକ୍ଷ ସରସ୍ୱତୀ ସେଠି, ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ ତିନୋଟି ଜିଲ୍ଲାପାରିଷଦ ଯୋନର ଜିଲ୍ଲାପରିଷଦ ସଭ୍ୟ, ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ।ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ହିଞ୍ଜିଳି ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ପରିଚାଳନା କରିବାସହ ମଞ୍ଚାସିନ ଅତିଥି ଉଭୟ ହିଞ୍ଜିଳି ପୌରପରିଷଦ ଓ ବ୍ଲକ ଅଧ୍ୟକ୍ଷ /ଅଧ୍ୟକ୍ଷା ପ୍ରଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରାଯାଇଥିଲା।ସଭା ପରିଶେଷରେ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ସଭା ସଂଘ କରାଯାଇଥିଲା।ଏହି ଶିବିରରେ ଦୂରଦୂରାନ୍ତରୁ ଆସିଥିବା ଭିନ୍ନକ୍ଷମ ଓ ତାଙ୍କ ସହଯୋଗୀ ମାନଙ୍କପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିବାରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା ହିଞ୍ଜିଳି ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଓ ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment