ହିଞ୍ଜିଳି ପୋଲିସକୁ ଚୋରଙ୍କର ଖୋଲା ଆହ୍ୱାନ, ଥାନା ଠାରୁ ପ୍ରାୟ ୧୦୦ମିଟର ଦୂରରେ ଚୋରି ।

ବ୍ରହ୍ମପୁର,୧୮/୦୭(ପିପିଟି):ଖୋଦ ହିଞ୍ଜିଳି ଥାନା ଠାରୁ ପ୍ରାୟ ୧୦୦ମିଟର ଦୁରତାରେ ହୋଇଛି ଚୋରି । ବସଷ୍ଟାଣ୍ଡ ଏବଂ ପୋଲିସ ଷ୍ଟେସନକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୯ ନମ୍ବର ମଧ୍ୟଭାଗ ଅଞ୍ଚଳର ଜଣାଶୁଣା ଡ୍ରେସ ଦୋକାନ ଅମ୍ବିକା ଡ୍ରେସେସ ରୁ ଗତକାଲି ଅର୍ଥାତ ୧୭/୦୭/୨୦୨୨ ମଧ୍ୟରାତ୍ରରେ ଉକ୍ତ ଡ୍ରେସ ଦୋକାନ ର ଛାତ ଉପରେ ଟିଣ ଭାଙ୍ଗି ଦୋକାନ ଗୃହ ମଧ୍ୟକୁ ପଶି ନଗଦ ୧୭ ହଜାର ଟଙ୍କା ସହ ଦୁଇଟି ମୋବାଇଲ ଚୋରି ହୋଇଥିବା ପୋଲିସକୁ ଦିଆଯାଇଥିବା ଏତଲା ରୁ ପ୍ରକାଶ । ଉକ୍ତ ସମ୍ବେଦନଶୀଳ ଘଟଣାକୁ କେନ୍ଦ୍ରକରି ହିଞ୍ଜିଳି ପୋଲିସ ଚୋରି ମକଦମା ରୁଜ୍ଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ପ୍ରକାଶ । ପ୍ରକାଶ ଥାଉକି ଉକ୍ତ ଅଞ୍ଚଳ ବା ଅମ୍ବିକା ଡ୍ରେସେସ ର ପଛଭାଗ ରେ ପୌରପରିଷଦ ତରଫରୁ ମାର୍କେଟ କମ୍ପ୍ଲେକ୍ସ ନିମନ୍ତେ ଦୀର୍ଘ ଦିନ ଧରି ଏକ ବିରାଟକାୟ ଜାଗାକୁ ଖୋଳା ଯାଇଥିବାବେଳେ ପାର୍ଶ୍ଵରେ ଅନ୍ୟଏକ ମାର୍କେଟ କମ୍ପ୍ଲେକ୍ସ ଅର୍ଧନିର୍ମିତ ହୋଇ ପରିତ୍ୟକ୍ତ ଅବସ୍ଥା ରେ ପଡିରହିଛି । ଏହି ବିରାଟକାୟ ଜାଗା ଯାହା ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା ବର୍ତ୍ତମାନ ଅର୍ଧନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଏବଂ ଭେଣ୍ଡିଂ ଜୋନ ଅଞ୍ଚଳ ଅସାମାଜିକ ଲୋକଙ୍କ ଅଡ୍ଡାସ୍ଥଳୀ ପାଲଟିଛି । ଉକ୍ତ ପରିତ୍ୟକ୍ତ କୋଠାକୁ ଏବଂ ଜାଗା ପୂତ୍ତିଗନ୍ଧମୟ ହେତୁ ସାଧାରଣ ଲୋକଙ୍କ ସେଠାରେ ନଜର ପଡେନାହିଁ । ଏହାର ସୁଯୋଗ ଅସାମାଜିକ ବ୍ୟକ୍ତି ବିଶେଷଙ୍କ ପାଇଁ ଆଶୀର୍ବାଦ ପାଲଟିଛି । ବିଶେଷ ଭାବେ ନଜର ଆଢୁଆଳରେ ରହିଥିବା ଏହି ଜାଗାକୁ ଏବଂ ମାର୍କେଟ ଅଞ୍ଚଳକୁ ଜାତୀୟ ରାଜପଥ ମଧ୍ୟଭାଗରେ ସି.ସି.ଟିଭି କ୍ୟାମେରା ର ବ୍ୟବସ୍ଥା ଏବଂ ପୋଲିସ ପେଟ୍ରୋଲିଂ କରାଗଲେ ଏହିଭଳି ଚୋରିହାରିକୁ ରୋକା ଯିବାସହ ମାର୍କେଟ ବ୍ଯବସାୟୀ ଉପକୃତ ହେବେବୋଲି ହିଞ୍ଜିଳିକାଟୁ ବିକାଶ ମଞ୍ଚର ସଭାପତି ପ୍ରମୋଦ କୁମାର ପଣ୍ଡା ମତ ପ୍ରକାଶ କରିବାସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକରିଛନ୍ତି।

Comments (0)
Add Comment