ହିଞ୍ଜିଳି ପଞ୍ଚାୟତ ସମିତିର ଷଷ୍ଠତମ ସାଧାରଣ ବୈଠକ ଅନୁଷ୍ଠିତ ।

ହିଞ୍ଜିଳିକାଟୁ,୨୯/୦୩(ପିପିଟି):ହିଞ୍ଜିଳି ବ୍ଲକ ପଞ୍ଚାୟତ ସମିତି ସଭା ଗୃହରେ ଷଷ୍ଠ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ୱତୀ ସେଠୀଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଉକ୍ତ ବୈଠକକୁ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରିଧର ବେହେରା , ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଓ ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ଉକ୍ତ ବୈଠକରେ ମଞ୍ଚାସୀନ ଥିଲେ । ବୈଠକର ପ୍ରାରମ୍ଭରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ବ ବୈଠକର ପ୍ରାଥମିକ ସୂଚନା ସହ ବର୍ତ୍ତମାନ ବୈଠକ ର ବିଭିନ୍ନ ଦିଗର ଆଲୋଚନା ସହ ତାହାରି ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଆଜିରର ବୈଠକରେ ପାନୀୟ ଜଳ ଯୋଗାଣ,ଅଂଶୁଘାତ ମୁକାବିଲା,ସ୍ୱାସ୍ଥ୍ୟ ଓ ଶିକ୍ଷା ସହ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ ।ଏଥିସହ ସାଧାରଣ ବଣ୍ଟନ,ସମନ୍ୱିତ ଶିଶୁ ବିକାଶ, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ଗ୍ରାମୀଣ ଆବାସ ଯୋଜନା ଓ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ପର୍ଯ୍ୟାୟକ୍ରମେ ବିସ୍ତୃତରୂପେ ପ୍ରଶ୍ନୋତ୍ତର ସହ ଆଲୋଚନା ହୋଇଥିଲା । ଆଲୋଚନା ଶେଷରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ଓ ଅନ୍ୟାନ୍ୟ ବ୍ୟବସ୍ଥା ଜନସାଧାରଣଙ୍କ ପାଖରେ ଯେପରି ଉପଯୁକ୍ତତା ଭିତ୍ତିରେ ପରିଚାଳିତ ହୋଇପାରିବ ତାହାରି ଉପରେ ଦୃଷ୍ଟି ଦେବା ନିମନ୍ତେ ଆଲୋଚନା ହୋଇଥିଲା । ଆଜିର ଏହି ବୈଠକରେ ବିଭିନ୍ନ ପ୍ରଶାସନିକ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ,ସହକାରୀ ଯନ୍ତ୍ରୀ , ସହକାରୀ ଅଧିକ୍ଷଣ ଯନ୍ତ୍ରୀ ,ସମସ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ,ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ,ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ମୋଟାମୋଟି ଭାବେ ଆଜିର ବୈଠକ ସନ୍ତୋଷ ଜନକ ରୂପେ ପରିଚାଳିତ ହୋଇଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଶୁଭେଚ୍ଛା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାକାର୍ଯ୍ୟଟିକୁ ଜଳ ଓ ପରିମଳ ମିଶନ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ଓ କମ୍ପୁଟର ପ୍ରୋଗ୍ରାମର ଦଣ୍ଡପାଣି ଦାଶ ପରିଚାଳନା ସହଯୋଗ କରିଥିଲେ ।
(ରିପୋର୍ଟ- ଅଜିତ୍ କୁମାର ପଟ୍ଟନାୟକ। )

Comments (0)
Add Comment