ବ୍ରହ୍ମପୁର, ୦୪/୧୧(ପିପିଟି); ଆଜି ସକାଳେ ପ୍ରାୟ ୮ଘଣ୍ଟା ସମୟରେ ହିଞ୍ଜିଳି ତହସିଲଦାର ଏବଂ ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା ଚଢ଼ାଉ ସମୟରେ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବାଲି ଏବଂ ପଥର ଓଭର ଲୋଡ଼ ହୋଇଥିବା ଗାଡିଗୁଡିକୁ ସିଜ କରାଯାଇଥିଲା । ଉକ୍ତ ଗାଡ଼ିଗୁଡିକ ନିର୍ଧାରିତ ବୋଝେଇ ଠାରୁ ମାତ୍ରାଧିକ ବୋଝେଇ ବାଲି ଓ ପଥର ନେଇ ଯାଉଥିବା ଦେଖିବାକୁ ମିଳିଥିଲା ।ତିନୋଟି ଟ୍ରକ ଓ ଦୁଇଟି ହାଇବା ବୋଝେଇ ଗାଡିକୁ ସିଜି କରାଯାଇଥିଲା ।ହିଞ୍ଜିଳି ତହସିଲ ପକ୍ଷରୁ ସିଜ ଗାଡ଼ିଗୁଡିକୁ ତହସିଲ କାର୍ଯ୍ୟାଳୟକୁ ଅଣାଯିବା ସହ ପ୍ରତେକ ଟ୍ରକ ପିଛା ୧୫ ହଜାର ଏବଂ ପ୍ରତେକ ହାଇବାକୁ ୨୫ ହଜାର , ସମୁଦାୟ ୯୫ ହଜାର ଅର୍ଥ ଜରିମାନା କରାଯାଇଥିବାର ତହସିଲ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।ଉକ୍ତ ଚଢ଼ାଉରେ ତହସିଲଦାର ପ୍ରଭାତ କୁମାର ପରିଡା ଏବଂ ଏନ୍ଫୋର୍ସମେଣ୍ଟ ଟିମ୍ ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ,ଆରଆଇ ହିଞ୍ଜିଳି ଅରବିନ୍ଦ ଦାସ ,ଆରଆଇ ଦୁର୍ବନ୍ଧ ଅଭିରାମ ସେଠୀ, ଆରଆଇ ବୁରୁପଡା ସୁଧାଂଶୁ ପାଣିଗ୍ରାହୀ, ଆରଆଇ ପୋଚିଲିମା ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।