ହିଞ୍ଜିଳି ଆଇଟିଆଇ ରେ ଶିକ୍ଷକଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ,ଛାତ୍ରଛାତ୍ରୀ ଟାୟାର ଜାଳିବା ସହ କଲେ ଆନ୍ଦୋଳନ ।

ହିଞ୍ଜିଳିକାଟୁ ୦୬/୦୨(ପିପିଟି) ହିଞ୍ଜିଳିକାଟୁ ସ୍ଥିତ ପୋଚିଲିମା ଆଇଟିଆଇ ରେ ଘଟିଯାଇଛି ଏକ ଅଶୋଭନୀୟ ଘଟଣା ।ଉକ୍ତ ଆଇଟିଆଇରେ ହେଉଥିବା ବିଭିନ୍ନ ନିୟମ ଖିଲାପକାରୀ ଘଟଣା ଶୁଣିବାକୁ ମିଳିଛି ।ବହୁଦିନର ଅସୋନ୍ତଷ ଲାଗି  ରହିଥିବା ବେଳେ  ଆଜି  ଛାତ୍ରଛାତ୍ରୀ ଆନ୍ଦୋଳନ ଉଗ୍ରରୂପ ନେଇଛି ।ଏହି ଆଇଟିଆଇରେ ହେଉଥିବା ବିଭିନ୍ନ ସମସ୍ୟା ପ୍ରତି ବିଷୟ ଅଧ୍ୟକ୍ଷ ଜାଣି ଥାଇ ମଧ୍ୟ ନଜାଣିଲାପରି ରହି ଉପଯୁକ୍ତ ପଦକ୍ଷେପ ନେଉନଥିବା ଏବଂ ଏହି କାରଣରୁ ଅନୁଷ୍ଠାନ ପରିସରରେ ଅନ୍ଯାୟ ,ଅନିତି, ଦୁର୍ନୀତି ଓ ଛାତ୍ରୀଙ୍କ ପ୍ରତି ଆଶାଳୀନ ବ୍ଯବହାର ଚରମ ସୀମାରେ ପହଁଚି ଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।ଏହାକୁ ଉପଯୁକ୍ତ ଭିତ୍ତିରେ ବିଦ୍ୟାଳୟ ଅଧ୍ୟକ୍ଷ ପରିଚାଳନା କରିପାରିନଥିବାରୁ ଛାତ୍ରଛାତ୍ରୀ ଆନ୍ଦୋଳନ ସୃଷ୍ଟି ହୋଇଥିଲା ବୋଲି ଖବର ହସ୍ତଗତ ହୋଇଛି ।ଅନ୍ୟ ଏକ ଖବର ପ୍ରକାରେ ଏହି ଅନୁଷ୍ଠାନର ଜୈନେକ ଶିକ୍ଷକ ପ୍ରତିଦିନ ଛାତ୍ରୀ ନିବାସକୁ ଆସି ରାତ୍ରି ୧୨ଘଣ୍ଟ ପର୍ଯ୍ୟନ୍ତ ରହୁଥିବା ଏବଂ ତାଙ୍କ ବିରୁଦ୍ଧରେ ଅଭିଯୋଗ ହେତୁ ବିଭିନ୍ନ ପ୍ରକାର ଛାତ୍ରୀମାନଙ୍କ ଉପରେ ପରୀକ୍ଷାରେ ଫେଲ କରାଇଦେବା ଚାପ ଅଭିଯୋଗ ହୋଇଛି ।ଏପରିକି ଅନୁଷ୍ଠାନ ଭିତରେ ଛାତ୍ରୀ ନିବାସରରେ ବହୁ ରାତ୍ରିପର୍ଯ୍ଯନ୍ତ ଶିକ୍ଷକ ଚନ୍ଦ୍ରକାନ୍ତ ଚାନ୍ଦୁଆ ମହୋଦୟ ରହି ଛତ୍ରୀଙ୍କ ପ୍ରତି ଆଶାଳୀନ କାର୍ଯ୍ୟ ରେ ଲିପ୍ତ ରହୁଥିବା ଛାତ୍ରୀ ମାନେ ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ।ଏତଦ୍ ବ୍ଯତିତ ହଷ୍ଟେଲ ପରିଚାଳନାରେ ଅବହେଳା ଏବଂ କୋଭିଡ ସମୟରେ ଚାଲୁନଥିବା ବେଳେ ସେହି ସମ୍ବନ୍ଧିୟ ହଷ୍ଟେଲ ଫିଜ ଫେରସ୍ତ ମିଳିନଥିବା ଛାତ୍ରଛାତ୍ରୀ ସୂଚନା ଦେଇଛନ୍ତି ।ଏଭଳି ବହୁ ସଙ୍ଗୀନ ଅଭିଯୋଗ ରହିଥିବାରୁ ଏବଂ ପରିଚାଳନା ତୃଟି ଥିବାରୁ ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା ଏବଂ ଶିକ୍ଷକ ଚନ୍ଦ୍ରକାନ୍ତ ଚାନ୍ଦୁଆଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ରିପୋର୍ଟ– ସାନ୍ତନୁ କୁମାର ବେହେରା

Comments (0)
Add Comment