ହିଞ୍ଜିଳି ଅବକାରୀ ବିଭାଗର ଚଢ଼ାଉ; କୁକୁଡ଼ା ଫାର୍ମରୁ ନକଲି ବିଦେଶୀ ମଦ ଠାବ ।

ହିଞ୍ଜିଳିକାଟୁ,୨୫/୦୪(ପିପିଟି); ବହୁ ଦିନ ଧରି ହିଞ୍ଜିଳି ଅଞ୍ଚଳରେ ଲୁକାଛପା ରେ ଚାଲିଥିବା ନକଲି ବିଦେଶୀ ମଦ କାରଖାନାକୁ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରିଛି । ଏହା ହିଞ୍ଜିଳି ଅବକାରୀ ବିଭାଗର ବଡ ସଫଳତା । ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନୂଆଁ ମକରଝୋଳ ଗାଁ ରୁ ବିଦେଶୀ ନକଲି ମଦ କାରଖାନା ରବିବାର ଦିନ ଠାବ ହୋଇଛି ।କୌଣସି ସୂତ୍ରରୁ ଖବର ପାଇ ଅଚାନକ ଅବକାରୀ ବିଭାଗ ନୂଆଁ ମକରଝୋଳ କୁକୁଡ଼ା ଫାର୍ମ ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ଛତ୍ରପୁର ଅବକାରୀ ଏସପି ରାଜେନ୍ଦ୍ର କୁମାର ବୋଥ୍ରାଙ୍କ ନେତୃତ୍ୱରେ ଛତ୍ରପୁର, ବ୍ରହ୍ମପୁର ମୋବାଇଲ ସ୍କ୍ୱାର୍ଡ ଏବଂ ହିଞିଳି ଅବକାରୀ ଭାରପ୍ରାପ୍ତ ଅଧିକାରୀ ନବସ୍ମିତା ନାୟକ ଏହି ଚଢ଼ାଉ ରେ ସାମିଲ ଥିଲେ। ଏହି ଚଢ଼ାଉରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ,ପ୍ରସ୍ତୁତ ସାମଗ୍ରୀ,ପେପର ଲେବେଲ,ବିଭିନ୍ନ ନାମିଦାମୀ ଖାଲି କାଚ ବୋତଲ ସହ ୨୭ ଗୋଟି ସ୍ପୀରିଟ ବୋତଲ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖିଛି । ସେମାନେ ହେଲେ ବ୍ରହ୍ମପୁର ବଡ ବଜାର ଥାନା ଅଞ୍ଚଳର ସୁନୀଲ କୁମାର ସାହୁ(୨୬),ସଦର ଥାନା ଅଞ୍ଚଳର ବୋରିଗାଁର ମିଲନ ସାହୁ(୨୪), ହିଞିଳି ଥାନା ଅଞ୍ଚଳର ଖାଇରବେଠୀ ଗ୍ରାମର ସନ୍ତୋଷ କୁମାର ଗୌଡ଼(୨୧) ବୋଲି ସୂଚନା ମିଳିଛି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Comments (0)
Add Comment