ହିଞ୍ଜିଳିରେ ୫-ଟି ସଚିବ,ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା ଓ ପରିଦର୍ଶନ କଲେ ।

ହିଞ୍ଜିଳିକାଟୁ,୦୭/୦୫(ପିପିଟି):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ସୂଚନାପ୍ରକାରେ ୫-ଟି ସଚିବ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଜନସାଧାରଣଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟାର ଆଲୋଚନା କରିଥିଲେ । ରବିବାର ସକାଳ ୭ଘଣ୍ଟ ସମୟରେ ହିଞ୍ଜିଳି ବ୍ଳକ୍ ବୁରୁପଡା ପଞ୍ଚାୟତ ଅନ୍ତର୍ଗତ ପ୍ରଥମେ ମା ଶ୍ୟାମଳାଇଙ୍କ ପୀଠରେ ପହଞ୍ଚି ମାଙ୍କ ଦର୍ଶନ କରିବା ସହ ମନ୍ଦିର ପରିଚାଳନା କମିଟି ଓ ପୂଜକଙ୍କ ସହ ମନ୍ଦିରର ଉନ୍ନତି ଏବଂ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ତତପରେ ଶେରଗଡ଼ ବ୍ଳକ୍ ଅନ୍ତର୍ଗତ ପିତଳ ଗ୍ରାମ ପଞ୍ଚାୟତ ଗସ୍ତ କରି ପିତଳ ଗ୍ରାମ ଠାରେ ଥିବା ବାବା ଉତ୍ତରେଶ୍ୱର ଶିବ ମନ୍ଦିର ଦର୍ଶନ କରିବା ସହ ପିତଳ ସ୍ଥିତ ଜଗନ୍ନାଥ ମନ୍ଦିର ଓ ମା କରଞ୍ଜେଇ ମନ୍ଦିର ଦର୍ଶନ କରି ଉଭୟ ମନ୍ଦିରର କମିଟି ଓ ପୂଜକଙ୍କ ସହ ମନ୍ଦିରର ଉନ୍ନତି କରଣକୁ ନେଇ ସମୀକ୍ଷା କରିଥିଲେ । ସେହି ଠାରୁ ପିତଳ କଲେଜ ଗସ୍ତ କରି କଲେଜ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ସେହି ଠାରୁ ଶେରଗଡ଼ ଅଭିମୁଖେ ଗସ୍ତ କରିବା ସହ ସେଠାରେ ନିର୍ମାଣଧିନ ଥିବା ନୂତନ ବସଷ୍ଟାଣ୍ଡ କାର୍ଯ୍ୟର ତର୍ଜମା କରିଥିଲେ । ପରବର୍ତ୍ତୀ ସମୟରେ ଶେରଗଡ଼ ଜଗନ୍ନାଥ ମନ୍ଦିର ଓ କରଡ଼ାକଣା ସ୍ଥିତ ଜଗନ୍ନାଥ ମନ୍ଦିର ଧବଳପୁର ସ୍ଥିତ ଶିବ ମନ୍ଦିର, ଅଲାରୀଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର, ଗୋଠଗାଁ ସ୍ଥିତ ହନୁମାନ ମନ୍ଦିର ଦର୍ଶନ କରି ମନ୍ଦିରର ଉନ୍ନତିକରଣକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ହିଞ୍ଜିଳିବ୍ଳକ୍ ଅନ୍ତର୍ଗତ କଞ୍ଚୁରୁ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ପୋଚିଲିମା ସ୍ଥିତ ସରକାରୀ ଆଇଟିଆଇ, ଖମ୍ବୟାଦୋରା କଲେଜ,ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ତତ୍ ପରେ ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି କାର୍ଯ୍ୟାଳୟରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ସେହି ଠାରୁ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ପରିଦର୍ଶନ କରି ଏହାର ଉନ୍ନତି ଓ ସମସ୍ୟାକୁ ନେଇ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ହିଞ୍ଜିଳି ବସ୍ ଷ୍ଟାଣ୍ଡ ପାର୍ଶ୍ଵ ଅବସ୍ଥିତ ଥିବା ମାର୍କେଟ କମ୍ପଲେକ୍ସ, ମୋ ଆହାର କେନ୍ଦ୍ର, ମିଶନ ଶକ୍ତି କେଫର ଚାଲିଥିବା ନିର୍ମାଣ କାର୍ଯ୍ୟ ଓ ଉନ୍ନତି କରଣର ତର୍ଜମା କରିବା ସହ ମିଶନ ଶକ୍ତି କେଫ୍ କୁ ବୁଲି ପରିଦର୍ଶନ କରିଥିଲେ । ସେଠାରେ ମହିଳା ମାସ୍ ଗ୍ରୁପର ସଦସ୍ୟା ମାନେ ୫-ଟି ସଚିବଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ଆଲୋଚନା କରିଥିଲେ । ତତ୍ ପରେ ଆଙ୍କୋରଡାରେ ନିର୍ମିତ ପାନୀୟ ଜଳ ପାଣି ଟ୍ୟାଙ୍କ,ହିଞ୍ଜିଳି ବ୍ଳକ ଅନ୍ତର୍ଗତ ଖରିଡା ପଞ୍ଚାୟତର ମା କରେଇଶୁଣି ଗ୍ରାମଦେବତୀ, ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ, ଦାରୁଭଦ୍ରା ଗ୍ରାମ ପଞ୍ଚାୟତ,ନନ୍ଦିକ ଗ୍ରାମ ପଞ୍ଚାୟତ, ବାଳକୃଷ୍ଣପୁର କଲ୍ୟାଣ ମଣ୍ଡପ, ବେଲଗାଁ ସ୍ଥିତ ଡିଗ୍ରୀ କଲେଜ ଗଣ୍ଡଳା ସ୍ଥିତ ଗୋପୀନାଥ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସାହାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗସ୍ତ କରି ସାହାପୁର ଗ୍ରାମରେ ନୂତନ ଭାବେ ହୋଇଥିବା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ତର୍ଜମା କରିବା ସହ ମିଶନ ଶକ୍ତି ମହିଳାଙ୍କ ସହ ବେଶ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିଲିନକ୍ରିଷ୍ଣା,ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ,ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର,ଗଞ୍ଜାମ ଏସପି ,ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ମହାପାତ୍ର,ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନା, ଶେରଗଡ ବିଡ଼ିଓ ଶିବାସିସ୍ ବରାଳ, ତହସିଲଦାର ତ୍ରିଦେବ ରଥ, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡା,ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ବେହେରା, ସିଡିପିଓ ଗାଙ୍ଗୀ ସୁବୁଦ୍ଧି,ଏସଡିପିଓ ଉମାଶାଙ୍କର ସିଂ,ଆଇଆଇସି ଶେରଗଡ ମନୋଜ କୁମାର ପ୍ରଧାନ, ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ, ଧରାକୋଟ ଆଇଆଇସି ମମତା ସାମନ୍ତରାୟ, ଗ୍ରୀଟ୍ ଅଧକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୌର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ,ଉପାଅଧ୍ୟକ୍ଷା ସୁଚିତ୍ରା ପଣ୍ଡା,ସମସ୍ତ ଜିଲ୍ଲା ପରିଷଦ,ସମସ୍ତ ସରପଞ୍ଚ ୱାର୍ଡ ସଭ୍ୟ/ସଭ୍ୟା, ନେତା ଓ ଶତାଧିକ କର୍ମୀ ଓ ମିଶନ ଶକ୍ତିର ମା ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଅଜିତ୍ କୁମାର ପଟ୍ଟନାୟକ। )

Comments (0)
Add Comment