ହିଞ୍ଜିଳିରେ ଲୁଟେରା ଦଳ ସକ୍ରିୟ, ବାଦ ପଡ଼ିଲାନି ଧାର୍ମିକ ଅନୁଷ୍ଠାନ ।

ବ୍ରହ୍ମପୁର,୦୯/୦୯(ପିପିଟି): ହିଞ୍ଜିଳି ପୁଲିସକୁ ଚୋର ମାନଙ୍କ ଖୋଲା ଚାଲେଞ୍ଜ । ଚୋର ମାନଙ୍କୁ ଧରିବା ଖୋଲା ଆହ୍ୱାନ ହୋଇଛି ।ବିଭିନ୍ନ ଘର ,ମେଡ଼ିକାଲ, ବିଭିନ୍ନ କାର୍ଯ୍ୟାଳୟ ଚୋର ମାନଙ୍କ ଦୃଷ୍ଟିରେ ଥିବାବେଳେ ବର୍ତ୍ତମାନ ମନ୍ଦିର ଉପରେ ନଜର ପଡିଛି । ହିଞ୍ଜିଳି କାଟୁ ଥାନା ଅନ୍ତର୍ଗତ ସମରଝୋଳ ମା ଦଣ୍ଡକାଳୀ ମନ୍ଦିରରୁ ଲୁଟ କରି ଚମ୍ପଟ ମାରିବାରେ ଲୁଟେରା ଚୋରଦଳ ସକ୍ଷମ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରୀରେ କିଛି ଲୁଟେରା ମନ୍ଦିରର ତାଲା ଭାଙ୍ଗି ମାଁ କାଳୀଙ୍କ ବେକାରୁ ଦୁଇଟି ମଙ୍ଗଳସୁତ୍ର ଓ ଦାନହୁଣ୍ଡି ଭାଙ୍ଗି ଲୁଟ କରିଥିବାର ଅଭିଯୋଗ ହୋଇଛି । ମନ୍ଦିର ପରିସରରେ ଥିବା ସି ସି କ୍ୟାମେରାର ଦୁଇଟି ହାର୍ଡଡିସ୍କ ଗୋଟାଏ ମନ୍ଦିର ଭିତରୁ ଏବଂ ଅନ୍ୟଟି ମନ୍ଦିର କାର୍ଯ୍ୟାଳୟରୁ ସିସି କ୍ୟାମେରାର ସମସ୍ତ ଯୋଗାଯୋଗ ବିଛିନ୍ନ କରି ହାର୍ଡଡିସ୍କ ନେଇଯାଇଛନ୍ତି । ମନ୍ଦିର କାର୍ଯ୍ୟାଳୟରେ ଲାଗିଥିବା ୫୫ ଇଞ୍ଚ ବିଶିଷ୍ଟ ଏଲଇଡି ଟିଭିକୁ ଭାଙ୍ଗି ସମ୍ପୂର୍ଣ ନଷ୍ଟ କରିଦେଇଛନ୍ତି । ଅଭିଯୋଗ ପ୍ରକାରେ ଲୁଟ ହୋଇଥିବା ସାମଗ୍ରୀ ଆନୁମାନିକ ଦୁଇଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଥିବା ସୂଚନା ମିଳିଛି । ଅଭିଯୋଗ ପାଇବାପରେ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ସୂଚନା ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ପ୍ରକାଶ ।
(ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ। )

Comments (0)
Add Comment