ହିଞ୍ଜିଳିରେ ମୋ ଓ୍ବାର୍ଡ଼ କର୍ମଶାଳା ।

ହିଞ୍ଜିଳିକାଟୁ,୧୧/୦୪(ପିପିଟି); ସ୍ବଛତା ସହ ସହରର ପ୍ରତିଓ୍ବାର୍ଡ଼ର ଭିତ୍ତିଭୂମିର ବିକାଶ ସହ ସ୍ବଛତା ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ମୋଓ୍ବାର୍ଡ଼ ର ଉନ୍ନୟନ ମୂଳକ କାର୍ଯ୍ୟର ସୁଫଳ ନେଇ ଏକ କର୍ମଶାଳା ହିଞ୍ଜିଳି ପୌରପରିଷଦ ତରଫରୁ ଆୟୋଜନ ହୋଇଥିଲା ହିଞ୍ଜିଳି ନେତାଜୀ କଲ୍ଯାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ଆବାସିକ ଯୋଜନାର କାର୍ଯାଦେଶ ବଣ୍ଟନ ଓ ପରିମଳ ସଚେତନତା ଉପରେ ଆଲୋଚନା ହୋଇଥିଲା । ଉପସ୍ଥିତ ସମସ୍ତ କର୍ମୀ ,ପ୍ରଶାସନିକ ଅଧିକାରୀଙ୍କ ମିଳିତରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।
(ରିପୋର୍ଟ୍- ସାନ୍ତନୁ କୁମାର ବେହେରା ।)

Comments (0)
Add Comment