ହିଞ୍ଜିଳିରେ ମନରେଗା ଯୋଜନା ବାଟ ବଣା,ରାସ୍ତା ନିର୍ମାଣ ନାମରେ ଅର୍ଥ ହେରଫେର ଅଭିଯୋଗ ।

ବ୍ରହ୍ମପୁର,୩୦/୦୫(ପିପିଟି); ସରକାର ମନରେଗା ମାଧ୍ୟମ ରେ ଗରିବ ଓ ଖଟିଖିଆଙ୍କ ରୋଜଗାର ତଥା ଆର୍ଥିକ ବିକାଶ ପାଇଁ କରୁଛିନ୍ତି ବିଭିନ୍ନ ପ୍ରକାର ଯୋଜନା । ହେଲେ ଯୋଜନା ବିହୀନ କୁ କର୍ଯ୍ୟ ଅଧାପନ୍ତରିଆରେ ଗାଁ ମୁଖ୍ୟ ଓ କିଛି ଅସାଧୁ ପଞ୍ଚାୟତ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ସହ, କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ମାସ ମାସ ଧରି ପଡି ରହୁଛି । ନାଗରିକ ସୂଚନା ଫଳକ ପ୍ରକାରେ ଗ୍ରାମବାସୀ କାର୍ଯ୍ୟ ସଂପୂଣ୍ଣ କିମ୍ବା ଅସମ୍ପୂର୍ଣ୍ଣ ଅଦ୍ୟାବଧି ଜାଣିପାରୁ ନାହାଁନ୍ତି । ହିଞ୍ଜିଳି ବ୍ଳକ ବେଲଗାଁ ପଞ୍ଚାୟତରେ ମନେରେଗା କାର୍ଯ୍ୟରେ ଏକ ରାସ୍ତା ନିର୍ମାଣ କରାଯାଇଛି । ଗ୍ରାମ୍ୟ ସଡ଼କ ଠାରୁ ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ଆନୁମାନିକ ୧୦୦ ମିଟର ରାସ୍ତାକୁ ଅଣକୁସଳୀ ଶ୍ରମିକଙ୍କ ଶ୍ରମ ପାଇଁ ୦୮ ଲକ୍ଷ ମଜୁରୀ ପ୍ରଦାନ ହୋଇଥିବା ବେଳେ ୦୨ ଲକ୍ଷ ଟଙ୍କା ସାମଗ୍ରୀ ପାଇଁ ଖର୍ଚ୍ଚହୋଇଥିବା ସୂଚନା ଫଳକରୁ ପ୍ରକାଶ । ଏହାପୂର୍ବରୁ ଉକ୍ତ ଠାକୁରାଣୀ ମନ୍ଦିର ପ୍ରାଚୀର ଅଢେଇ ଫୁଟତଳୁ ପୁନାଦି ନିର୍ମାଣ କାର୍ଯ୍ୟ ପାଇଁ ୨କିସ୍ତିରେ ୨ ଲକ୍ଷ ୪୫ ହଜାର ଜି.ପି. ଫଣ୍ଡରୁ ପ୍ରଦାନ କରାଯାଇଛି । ମୋଟା ମୋଟି ଭାବେ ମନ୍ଦିର ର ଉନ୍ନୟନ ଓ ରାସ୍ତାନିର୍ମାଣ ପାଇଁ ୧୨ ଲକ୍ଷ ୪୫ ହଜାର ଖର୍ଚ୍ଚ ହୋଇଥିବା ବେଳେ, କେବଳ ପ୍ରାୟ ୧୦୦ମିଟର ରାସ୍ତାକୁ ୧୦ ଲକ୍ଷ ଖର୍ଚ୍ଚ କରାଯାଇଛି। କିନ୍ତୁ ଉକ୍ତ ରାସ୍ତା ନିର୍ମାଣର କାର୍ଯ୍ୟକାରିତାକୁ ନେଇ ବେଲଗାଁ ଗ୍ରାମବାସୀଙ୍କ ମନରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଏବଂ କମ ଶ୍ରମ ଦାନ ଅର୍ଥ ପ୍ରଦାନକରି ଚଞ୍ଚକତାର ସହ ବିଲ କରି ବହୁ ଲକ୍ଷ ଟଙ୍କାର ଅର୍ଥ ହେର ଫେର ହୋଇଥିବା ଅଭିଯୋଗ ହୋଇଛି ଏଣୁ ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

Comments (0)
Add Comment