ହିଞ୍ଜିଳିରେ ଜାଗାମିଶନ ମାଧ୍ୟମରେ ଭୂମିହୀନଙ୍କୁ ଭୂମି ଅଧିକାର ।

ବ୍ରହ୍ମପୁର/ ହିଂଜିଳିକାଟୁ- ୧୬/୧୦(ପି.ପି.ଟି); ହିଞ୍ଜିଳି କାଟୁରେ ଭୂମି ହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର “ଜାଗା ମିଶନ” ହିଞ୍ଜିଳି ପୌରପରିଷଦରେ ଗଂଜାମ ଜିଲ୍ଲାପାଳଙ୍କ ଦ୍ବାରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ଗଂଜାମ ଜିଲ୍ଲାପାଳ ଅପରାହ୍ନ ୨ଟା ରେ ହିଞ୍ଜିଳି ପୌରପରିଷଦରେ ପହଞ୍ଚି ଭୂମି ହୀନ ବସ୍ତି ବାସିନ୍ଦା ମାନଙ୍କୁ ଭୂମି ଅଧିକାର ପତ୍ରର ବଣ୍ଟନ ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ୨୬ ଜଣଙ୍କୁ ଭୂଅଧିକାର ପତ୍ର ବଣ୍ଟାଯାଇଥିବା ସୂଚନା ମିଳିଛି । କୋଭିଡ଼୍ ନିୟମ ପାଳନ ସହିତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଜାଣିବକୁ ମିଳିଛି । ଆଗକୁ ଏଭଳି ଭୂମିହୀନ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ଯକ୍ତି ବିଶେଷ ମାନଙ୍କୁ ଜାଗା ମିଶନରେ ସାମିଲ କରାଯିବ ସହ ଭୂଆଧିକାର ପତ୍ର ଦିଆଯିବ । ଏହା ଦ୍ବାରା କୌଣସି ବ୍ୟକ୍ତି ଭୂମିହୀନ ରହିବେ ନାହିଁ ବୋଲି ପୌରପରିଷଦ ତରଫରୁ ସୂଚନା ମିଳିଛି । ଏଥିଯୋଗୁଁ ଗରିବ ଜନସାଧାରଣଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Comments (0)
Add Comment