ହିଞ୍ଜିଳିରେ ଚୋରା ମଦ କାରବାର ରୋକିବାରେ ଅବକାରୀ ବିଭାଗ ବିଫଳ ।

ବ୍ରହ୍ମପୁର,୩୧/୦୫(ପିପିଟି);ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାର । କିନ୍ତୁ ମଦ ବିହୁନେ ସବୁ ଅଚଳ । ଜନ୍ମଦିନ ପାଳନ ଠାରୁ ଆରମ୍ଭ କରି ଶେଷ ଠିକଣା ପର୍ଯ୍ୟନ୍ତ ମଦର ପସରା ଚାଲିଛି । ଅନ୍ଯପଟେ ସରକାରଙ୍କ ମୋଟା ରକମର ରାଜସ୍ଵ ଆଦାୟ ମଧ୍ୟ ହେଉଛି । ଯାହା ଫଳରେ ଗଳାବାଟ ଓ ଡିଆଁବାଟେ ପୁଳାପୁଳା ମଦ ବିକ୍ରି କୁ ଗାଁ ସହରରେ ଗଳିକନ୍ଦିରେ ଅବାଧରେ ଲୁଚାଛପା ହେଉ ବା ଖୁଲମଖୋଲା ମଦ୍ୟପାନ ଦୋକାନ ପସରା ଚାଲିଛି । ଗତମାସ ୨୫/୦୪ ରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ନୂଆଁ ମକରଝୋଳ କୁକୁଡ଼ା ଫାର୍ମରୁ ନକଲି ନାମିଦାମୀ ବ୍ରାଣ୍ଡ ମଦ ପ୍ରସ୍ତୁତି ହେଉଥିବା ବେଳେ ଚଢ଼ାଉ କରାଯାଇଥଲା । ଏହାର ମୁଖ୍ୟ ମାଷ୍ଟର ମାଇଣ୍ଡକୁ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇନଥବା ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ମାସ ହିଞ୍ଜିଳିକାଟୁ ପୌରାଞ୍ଚଳ ରେଗିଡି ସାହିରୁ ଏବଂ ହିଞ୍ଜିଳି ସହରର ଲକ୍ଷ୍ମୀ ବଜାରରୁ ବେଆଇନ ଭାବେ ନାମିଦାମୀ ମଦ ବିକ୍ରୀ କରୁଥିବା ନେଇ ପୃଥକ ପୃଥକ ଭାବେ ହିଞ୍ଜିଳି ଥାନା ପକ୍ଷରୁ ଚଢ଼ାଉ କରାଯାଇ କେଶ୍ ନଂ ୨୫୯/୨୧ ଏବଂ ୨୭୫/୨୧ ପ୍ରକାରେ ମକଦ୍ଦମା ରୁଜ୍ଜୁ କରାଯାଇଥିବା ହିଞ୍ଜିଳି ଥାନା ରୁ ସୂଚନା ମିଳିଛି । ହେଲେ ସିଜ ହୋଇଥବା ମଦର ଗୁଣାତ୍ମକ ଓ ସପ୍ତାହାନ୍ତ ସଟଡାଉନ କରୋନା ମହାମାରୀ କାଳରେ ହିଞ୍ଜିଳିକାଟୁ ଅଚଁଳରେ ବେଧଡ଼କ ଭାବେ ମଦ ବିକ୍ରୀ ହେଉଥିବା ବେଳେ, ହିଞ୍ଜିଳି ଅବକାରୀ ବିଭାଗ ନିଜ ଅଞ୍ଚଳରେ କୁମ୍ଭକର୍ଣ୍ଣ ନିଦ୍ରାରେ ଚେଇଁ ଶୋଇ ରହିଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ ହେଉଛି । ସହରର ଉପକଣ୍ଠରେ ସପ୍ତାହାନ୍ତ ସଟଡାଉନ ସମୟରେ ବେଆଇନ ଭାବେ ମଦବିକ୍ରୀ ଉପରେ କଡାକଡି ସହ କଠୋର କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ କହିଥିବାବେଳେ ଅବକାରୀ ବିଭାଗ କାର୍ଯ୍ୟ କଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments (0)
Add Comment