ହିଞ୍ଜିଳିରେ କଂଗ୍ରେସର ବନ୍ଦ ଡାକରା ଆଂଶିକ ସଫଳ,ବରିଷ୍ଠ କଂଗ୍ରେସ କର୍ମୀଙ୍କୁ ଅଣଦେଖା

ହିଞ୍ଜିଳିକାଟୁ; ୧୫/୦୨(ପିପିଟି);ଜାତୀୟ କଂଗ୍ରେସ ତରଫରୁ ପେଟ୍ରୋଲ, ଡ଼ିଜେଲ ଏବଂ ଗ୍ୟାସର ଅହେତୁକ ଦରବୃଦ୍ଧି ଯୋଗୁଁ ପ୍ରତିବାଦ ରେ ୬ଘଣ୍ଟିଆ ବନ୍ଦ ଡାକରା କରାଯାଇଛି ।ହିଞ୍ଜିଳି କଂଗ୍ରେସ ତରଫରୁ ଏହି ବନ୍ଦ ଡାକରା କାର୍ଯ୍ୟକ୍ରମର ରାଲି ବ୍ଳକ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ବଇଞ୍ଚବଣିଆ ପର୍ଯ୍ୟନ୍ତ କରାଯାଇଥିଲା । କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀଙ୍କ ଆବାହାକ ରେ ପ୍ରଥମେ ସକାଳ ୭ଘଣ୍ଟା ସମୟରେ ହିଞ୍ଜିଳି ଆରଏମସି ଛକ ନିକଟରେ ୫୯ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରାଯିବା ସହ ବିଭିନ୍ନ ଦୋକାନ ବଜାର ଓ ଅନୁଷ୍ଠାନ ବନ୍ଦ ପାଇଁ ନିବେଦନ କରାଯାଇଥିଲା ।ମୋଟାମୋଟି ଭାବେ ବନ୍ଦ କାର୍ଯ୍ୟକ୍ରମ ଶାନ୍ତି ପୂର୍ଣ୍ଣ ଥିଲା ।ଅନ୍ୟ ପକ୍ଷରେ ହିଞ୍ଜିଳି ଅଞ୍ଚଳକୁ ଆସୁଥିବା ଦୂରଦୂରାନ୍ତରୁ ଯାତ୍ରୀବାହୀ ଯାନ ବନ୍ଦ ଥିଲା । କହିବାକୁ ଗଲେ ହିଞ୍ଜିଳି ଅଞ୍ଚଳ ବନ୍ଦ ଆଂଶିକ ସଫଳ ରହିଛି ।ରାଜ୍ୟ ସରକାରଙ୍କ ନିର୍ଦେଶକ କ୍ରମେ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ବ୍ୟବସାୟୀକ ଅନୁଷ୍ଠାନ ଗୁଡ଼ିକ ସମ୍ପୁର୍ଣ୍ଣ ଚାଲୁ ରହିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯେଉଁ ବରିଷ୍ଠ କଂଗ୍ରେସ ହିଞ୍ଜିଳି କଂଗ୍ରେସର ଦୁର୍ଗ ଭାବେ ପରିଚିତ ଏବଂ ପ୍ରତେକ ଘରେ ଓ ଲୋକଙ୍କ ମୁଖରେ ପରିଚିତ, ସେହି ବ୍ୟକ୍ତିବିଶେଷ ମାନଙ୍କୁ ରାଲିରେ ଦେଖିବାକୁ ମିଳିନଥିଲା ।ଏଥିରେ ସ୍ବଷ୍ଠ ହିଞ୍ଜିଳିରେ ତୃଣମୂଳ ସ୍ଥରରେ ସଂଗଠନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଅଣଦେଖା କରାଯାଇଛି ବୋଲି ହିଞ୍ଜିଳି ଅଞ୍ଚଳରେ ଆଲୋଚନା ହେଉଛି । ଯଦି ଏଭଳି ଘଟଣା ହିଞ୍ଜିଳି କଂଗ୍ରେସରେ ହୋଇଥାଏ ତାହା ହେଲେ ଆଗାମୀ ଦିନରେ ହିଞ୍ଜିଳି କଂଗ୍ରେସ ପାଇଁ ଜଟିଳ ପରିସ୍ଥିତି ହୋଇ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏଣୁ ବେଳ ଥାଉଥାଉ ବରିଷ୍ଠ କଂଗ୍ରେସ ନେତା ମାନେ ଉଚିତ ପଦ କ୍ଷେପ ନେବେକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
(ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ ।)

Comments (0)
Add Comment