ହିଞ୍ଜିଳିକାଟୁ,ତା-୧୯/୧୧(ପିପିଟି) ; ହିଞ୍ଜିଳିକାଟୁ ନଗର କଂଗ୍ରେସ , ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ର ମିଳିତ ଉଦ୍ୟମ ରେ ଆଜି ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଶ୍ରୀମତୀ ପ୍ରିୟଦର୍ଶିନୀ ଇନ୍ଦିରା ଗାନ୍ଧୀ ୧୦୩ ତମ ଜନ୍ମ ଦିବସ ହିଞ୍ଜିଳିକାଟୁ ଠାରେ ଥିବା ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ପାଳନ କରାଯାଇଛି । ନଗର ପରିକ୍ରମା କରିବା ସହ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ମୃର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରାଗଲା ଓ ହିଞ୍ଜିଳି ରେ ଗରିବଙ୍କୁ ଖାଦ୍ୟ ଓ ମିଷ୍ଟନ ବଣ୍ଟନର ମଧ୍ୟ ବ୍ୟବସ୍ଥା କରାଗଲା । ନଗର କଂଗ୍ରେସ ସଭାପତି ସୁନାରାମ ସାବତଙ୍କ ନେତୃତ୍ୱରେ ଯୁବନେତା କହ୍ନେୟାଲାଲ୍ ସାବତ , ମନୋଜ କୁମାର ଗୌଡ, ଗୋପୀନାଥ ପାଣିଗ୍ରାହୀ , ବୁଲୁ ନାହାକ,ରାମକୃଷ୍ଣ ଦାଶ ଓ ଛାତ୍ର ନେତା ଚନ୍ଦନ କୁମାର ପାଢୀ , ଅନିଲ କୁମାର ପଣ୍ଡା , ଶ୍ରୀକାନ୍ତ , ବିଶାଳ , ଲିଟୁ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ମୂର୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କଲେ । ଯୁବ ନେତା , ସାଗର ଦାସ , ମନୋଜ, ଅନିଲ, ବଳିଆ,ବିକାଶ, ମିଥୁନ, ପବିତ୍ର, ସାଗର ଓ ଛାତ୍ର ନେତା ପ୍ରବୀଣ, ରାଜକିଶୋର ପାଣିଗ୍ରାହିଙ୍କ ସହ ଶତାଧିକ କର୍ମୀଙ୍କ ଉପସ୍ଥିତରେ ପାଳନ କରାଯାଇଛି ।
(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)