ହିଞ୍ଜିଳିପୌର ପରିଷଦରେ ମୋ ୱାର୍ଡ କର୍ମଶାଳା,ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପୁରସ୍କୃତ ।

ହିଞ୍ଜିଳିକାଟୁ;୧୧/୦୪(ପିପିଟି); ଗଞ୍ଜାମ ଜିଲ୍ଲାର ସମସ୍ତ ପୋୖର ଓ ବିଜ୍ଞାପିତ ଅଞ୍ଚଳର ଏକ କର୍ମଶାଳା “ମୋ ୱାର୍ଡ କର୍ମଶାଳା ଓ ପୁରସ୍କାର ବିତରଣ ଉତ୍ସବ ହିଞ୍ଜିଳିପୌର ପରିଷଦ ସଭାଗୃହରେ ଆୟୋଜିତ ହୋଇଯାଇଛି ।ଏହି ସଭାରେ ଗଞ୍ଜାମ ଜିଲ୍ଲାର ସମସ୍ତ ପୋୖର ଓ ବିଜ୍ଞାପିତ ଅଂଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା, ଉନ୍ନୟନ ମୂଳକ କାର୍ଯ୍ୟ,ସ୍ୱଚ୍ଛତା ଓ କାର୍ଯ୍ୟ ଦକ୍ଷତାକୁ ନେଇ ବହୁ ପୌର ପରିଷଦକୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟିକୁ ହିଞ୍ଜିଳି ପୋୖର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ଆବାହକତ୍ୱରେ ସଭାକାର୍ଯ୍ୟ ଆରମ୍ଭ ଅହୋଇଥିଲା । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଭାପତିତ୍ୱ କରିବା ସହ ବିଭିନ୍ନ ପୋୖର ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୁରସ୍କାର ବିତରଣ କରିଥିଲେ । ଓଡିଏଫ++ ପାଇଁ ହିଞ୍ଜିଳି ପୋୖର ପରିଷଦ ଓ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଓଡିଏଫ+ ନିମନ୍ତେ ଗୋପାଳପୁର,କୋଦଳା, ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ମାନେ ପୁରସ୍କୃତ ହୋଇଥିଲେ ।ମୋ ୱାର୍ଡ ସଭା ପାଇଁ ହିଞ୍ଜିଳି ପୋୖର ପରିଷଦ ,ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପୁରସ୍କାର ପାଇଥିବା ବେଳେ ସ୍ୱାସ୍ଥ୍ୟ ସଂପଦ କେନ୍ଦ୍ର ପାଇଁ ହିଞ୍ଜିଳି ପୋୖର ପରିଷଦ ପୁରସ୍କୃତ ହୋଇଥିଲା । ସ୍ୱଚ୍ଛସାଥି ପାଇଁ ନିରୂପମା ତରାଇ ଗଞ୍ଜାମ, ରଶ୍ମିତା ତହଲ ରମ୍ଭା ,ଡଲି ଦାସ ରମ୍ଭା ବିଜ୍ଞାପିତ ଅଞ୍ଚଳକୁ ପୁରସ୍କୃତ ହୋଇଥିଲା । ୟୁଜର କଲେକ୍ସନ ପାଇଁ ଗଞ୍ଜାମ, ଛତ୍ରପୁର, ରମ୍ଭା ବିଜ୍ଞାପିତା ଅଞ୍ଚଳ ଓ ନିଲାମ ପାଇଁ ଆସ୍କା, ବେଲଗୁଣ୍ଠା,ଗୋପାଳପୁର ବିଜ୍ଞାପିତା ଅଞ୍ଚଳ ପରିଷଦ ପିଏମଏୱାଇ (ୟୁ) ପାଇଁ ଚିକିଟି ବିଜ୍ଞାପିତ,ଭଲ ରାଜସ୍ୱ ଆଦାୟ ପାଇଁ ବେଲଗୁଣ୍ଠା,ବୁଗୁଡା ଓ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ, ପାନୁ/ଟାକ୍ସ ଆଦାୟ ପାଇଁ ଭାସ୍କର ସାହୁ ହିଞ୍ଜିଳିକାଟୁ ପୌର ପରିଷଦ,ଜି ଜଗଦୀଶ ରେଡ୍ଡୀ ଛତ୍ରପୁର ଓ ଏସ ଦଳେୟା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୁରସ୍କୃତ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମଟି ପୂର୍ଣ୍ଣ ରୂପେ ଉତ୍ସାହ ସହ ପରିଚାଳିତ ହୋଇଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Comments (0)
Add Comment