ହିଞ୍ଜିଳିକାଟୁ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ।

ବ୍ରହ୍ମପୁର,୨୬/୦୧(ପିପିଟି): ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ହିଞ୍ଜିଳିକାଟୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶାଖା ପରିଚାଳକ ସତ୍ୟାଶିଷ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ଓ ୫୬ ଜଣ ପେନସନ ଉପଭୋଗିଙ୍କ ସମେତ ମୋଟ ୬୮ବରିଷ୍ଠ ନାଗରିକ ମାନଙ୍କ ରକ୍ତଚାପ, ଗ୍ଲୁକୋ ଟେଷ୍ଟ, ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା, କ୍ଯୁ.ଏମ.ଆର ଆଦି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଆବଶ୍ୟକୀୟ ଔଷଧ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁରସ୍ଥ ଭାରତୀୟ ଷ୍ଟେଟ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଚନ୍ଦ୍ରମଣି ବାରିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମିଷ୍ଟାର୍ଣ୍ଣ ବଣ୍ଟନ ପରେ ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା ମାଧଵଚନ୍ଦ୍ର ସାହୁ ଓ ଡା ପବିତ୍ର ଦେବ ଚକ୍ରବର୍ତ୍ତୀ ପ୍ରମୁଖ ଚିକିତ୍ସା ସେବା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ । ଏହି କାର୍ଯ୍ୟକ୍ରମ ରେ ସିକିରି ଶାଖା ପରିଚାଳକ ସୁବ୍ରତ କୁମାର ପାଣିଗ୍ରାହୀଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତରହି ସହଯୋଗ କରିଥିଲେ । ଏହି ଅବସରରେ ଷ୍ଟେଟ ବ୍ୟାଙ୍କର ସି.ଏସ.ଆର ସ୍କିମ ମାଧ୍ୟମରେ ସିକିରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ୫ ଗୋଟି ଚୌକି ପ୍ରଦାନ କରାଯାଇଥିଲା । ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଶାଖାର ଆଇନ ପରାମର୍ଶଦାତା ରାମଚନ୍ଦ୍ର ମହାପାତ୍ର, ସମାଜସେବୀ କୈଳାଶ ଚନ୍ଦ୍ର ପୋଲାଇ , ତରୁଣ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ, ହିଞ୍ଜିଳି ଶାଖାର ଏହି ମହତ କାର୍ଯ୍ୟକ୍ରମ ପାଇଁ ସାରା ଅଞ୍ଚଳରେ ଶାଖା ପରିଚାଳକଙ୍କୁ ସାଧୁବାଦ ମିଳୁଥିବା ଦେଖିବାକୁ ମିଳିଛି ।

Comments (0)
Add Comment