ହିଞ୍ଜିଳିକାଟୁ ମିଶନ ଶକ୍ତିର ବ୍ଳକ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ଉଦ୍‌ଘାଟିତ ।

ବ୍ରହ୍ମପୁର, ୨୦/୧୧(ପିପିଟି); ହିଞ୍ଜିଳିକାଟୁ ବ୍ଳକ ପରିସର ମଧ୍ୟରେ ମିଶନ ଶକ୍ତି ବ୍ଳକ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।ଆୟୋଜିତ କାର୍ଯ୍ୟକ୍ରମଟିକୁ ମହିଳା ଓ ଶିଶୁ କଲ୍ୟାଣ ପ୍ରକଳ୍ପ ଅଧିକାରୀଣି ଶୁଭଶ୍ରୀ ପାତ୍ରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ତହସିଲଦାର ପ୍ରଭାତ କୁମାର ପରିଡା ଯୋଗ ଦେଇ ରିବନ କାଟି ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମଟିକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହିଞ୍ଜିଳି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ହିଞ୍ଜିଳି ପୋୖର ପରିଷଦର ୨୧ଟି ୱାର୍ଡ ଏବଂ ବ୍ଳକ ୨୧ଟି ପଞ୍ଚାୟତର ମୋଟ ୧୩୦୫ ମିଶନ ଶକ୍ତି ଗ୍ରୁପ ଯୋଗ ଦେଇଥିଲେ।ସ୍ଥାନୀୟ ପୋୖର ପରିଷଦ ଏବଂ ହିଞ୍ଜିଳି ବ୍ଳକର ବିଭିନ୍ନ ପଞ୍ଚାୟତରୁ ଗ୍ରୁପମାନଙ୍କ ମଧ୍ୟରୁ ବଛା ବ୍ୟକ୍ତି ବିଶେଷଙ୍କୁ ନେଇ ସଙ୍ଘ ସଭାପତି, ସମ୍ପାଦକ ଏବଂ ଅନ୍ୟାନ୍ୟ ସଭ୍ୟ ଚୟନ କରାଯାଇଥିଲା । ଯାହାକି ଏହି କାର୍ଯ୍ୟାଳୟ ଆଗାମୀ ଦିନରେ ଅଞ୍ଚଳରେ ଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି ) ଗ୍ରୁପକୁ ଋଣ ପ୍ରଦାନ କରିବା ସହ ମହିଳା ଶସକ୍ତୀକରଣ ଓ ସ୍ୱାବଲମ୍ବୀ ହୋଇପାରିବା ଲକ୍ଷ୍ୟରଖି ମହାସଂଘ କାର୍ଯ୍ୟାଳୟ କାର୍ଯ୍ୟ କରିବ । ସଶକ୍ତିକରଣ କାର୍ଯ୍ୟ ଗୁଡିକ କୃଷିଜାତ, କୁକୁଡ଼ା, ମାଛ ଚାଷ , ମାଟିଦିପ ,ଗେଣ୍ଡୁ ଓ ରଜନିଗନ୍ଧା ଫୁଲ ଚାଷ , ମସୁରୁମ ଚାଷ,ପାନ ଚାଷ, ମିଟର ରିଡ଼ିଂ ନେବା ,ଧାନମଣ୍ଡି , ପୋଷାକ ଉତ୍ପାଦନ ,ସହ ଲୁଗାପଟା ବୁଣିବା ଏହା ସବୁ ଏହି ଗ୍ରୁପର ସଦସ୍ୟ ମାନେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୪୫ଟି ମିଶନ ଶକ୍ତି ଅଛି ଯାହାକି ହିଞ୍ଜିଳି ଅଂଚଳରେ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି ବୋଲି ସଂଘ ତରଫରୁ ସୂଚନା ମିଳିଛି ।ଅନ୍ୟମାନଙ୍କ ମଧ୍ୟରେ ଆଇସିଡିଏସ ସୁପରଭାଇଜର ବନଜା ବେହେରା, ସୋନାଲି ବେହେରା,ଶାରଦା ଶତପଥୀ ଏବଂ ମିଶନ ଶକ୍ତି ବିପିସି ନଳିନୀ ସିଂ ପ୍ରମୁଖ ଉଦ୍‌ଘାଟନରେ ଯୋଗ ଦେଇଥିଲେ ।

Comments (0)
Add Comment