ହିଞ୍ଜିଳିକାଟୁ ବ୍ଲକ ଖରିଡା ଠାରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ଫେଲ୍ ।

ବ୍ରହ୍ମପୁର,୦୧/୦୧/(ପିପିଟି);ବସୁଧା ଯୋଜନାରେ ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ଖରିଡ଼ା ପଞ୍ଚାୟତରେ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବା ଖରିଡା ପଞ୍ଚାୟତ ଜନସାଧାରଣ ଅଭିଯୋଗ କରିଛନ୍ତି । ପାଇପଲାଇନ ବିଛା ଯାଇଥିବା ପାଇପ୍ ଓ ବିଛାଇବ କାର୍ଯ୍ୟ ଉନ୍ନତ ମାନର ନଥିବା ଅଭିଯୋଗ ହୋଇଛି । ଭାରି ଯାନବାହନ ଚଳାଚଳ ହେତୁ ପାଇପ ଗୁଡିକ ଫାଟି ଯିବା ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ସିଧା ସଳଖ ମୋଟରରୁ ଗ୍ରାମକୁ ପାଣି ଯୋଗାଣ ହେଉଛି । ଟାଙ୍କିକୁ ପାଣି ପ୍ରବେଶ କରୁନଥିବା ଅଭିଯୋଗ ହୋଇଛି । ଯାହା ମୋଟର ଜଳ ଯୋଗାଣ ହେଉଛି ସବୁଜାଗାକୁ ସମଚାପରେ ପରିବେଶିତ ହୋଇପାରୁନାହିଁ । ପ୍ରାୟ ଦୀର୍ଘ ୮ ବର୍ଷ ହେବ ପାନୀୟ ଜଳଯୋଗାଣ ନିମନ୍ତେ ଟାଙ୍କିକୁ ନିର୍ମାଣ କରାଯାଇଥିଲେ ମଧ୍ୟ ପାଣି ଉଠାଣ ହୋଇନଥିବା ସହ ଟାଙ୍କିକୁ ଜଳ ଯୋଗାଣ ନିମନ୍ତେ ବ୍ୟବହାର ନ ହୋଇ ପଡ଼ି ରହିଛି । ଟାଙ୍କିକୁ ପାନୀୟ ଜଳଯୋଗାଣ ଉଠାଣ ସୋଲାର ସିଷ୍ଟମ ବ୍ୟବହାର ପାଇଁ ସୁବିଧା କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅଚଳାବସ୍ଥାରେ ରହିଛି । ବହୁ ଲକ୍ଷଟଙ୍କା ବିନିମୟରେ ଉକ୍ତ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଲୋକଙ୍କ କାର୍ଯ୍ଯରେ ଆଜି ପର୍ଯ୍ୟନ୍ତ ଆସିପାରୁନାହିଁ । ଉକ୍ତ ଟାଙ୍କିକୁ ପୁନରୁଦ୍ଧାର, ପ୍ରାଚୀର ନିର୍ମାଣ ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ପାଇଁ ବାରମ୍ବାର ପ୍ରଚୁର ଅର୍ଥ ବିନିଯୋଗ ହେଉଛି ,ତଥାପି ଏହି ଟାଙ୍କି ଆଜିସୁଦ୍ଧା କାର୍ଯ୍ୟକ୍ଷମ ହୋଇନାହିଁ ।ଲୋକଙ୍କ କାର୍ଯ୍ୟରେ ଆସୁନାହିଁ । ବର୍ତ୍ତମାନ ସୁଦ୍ଧା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ସରକାରଙ୍କ ଏପରି ବହୁ ଜନହିତକର କାର୍ଯ୍ୟ ସରକାରୀ ବାବୁ ମାନେ ପିସି କାରବାରରେ ଲିପ୍ତଥାଇ ପ୍ରଚୁର ଅର୍ଥ ଚଳୁ କରିଥିବା ଅଭିଯୋଗ ହୋଇଛି । ଏଣୁ ଟାଙ୍କିକୁ କାର୍ଯ୍ୟକ୍ଷ୍ୟମ ସହ ଦୁର୍ନୀତିରେ ଲିପ୍ତ କର୍ମଚାରୀଙ୍କୁ ତଦନ୍ତ ପରିସହ କାର୍ଯ୍ଯାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

Comments (0)
Add Comment