ହିଞ୍ଜିଳିକାଟୁ ବ୍ଲକର ବୁରୁପଡା ଠାରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ।

ବ୍ରହ୍ମପୁର,୧୫/୧୨(ପିପିଟି); ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ଯୋଗାଣ ସମସ୍ୟା ଲାଗିରହିଛି। ହିଞ୍ଜିଳିକାଟୁ ବ୍ଲକର ବୁରୁପଡା ଠାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ସରିଛି କିନ୍ତୁ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ହୋଇ ପାରୁନାହିଁ। ପ୍ରକଳ୍ପ ନିର୍ମାଣ ପୂର୍ବରୁ ଜମି,ଜଳର ଉତ୍ସ ଓ ପାଇପ୍ ଲାଇନ୍ ବିଛେଇବା ସଂପର୍କରେ ଅନୁଧ୍ୟାନ ନକରି ତରବରିଆ ଭାବରେ ପ୍ରକଳ୍ପ ନିର୍ମାଣ ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି। ବୁରୁପଡା ଠାରେ ପାଣି ଟାଙ୍କି ନିର୍ମାଣ ସରିଛି ଏବଂ ବୋରିଙ୍ଗ୍ ମଧ୍ୟ ହୋଇଛି ତଥାପି ପାନୀୟ ଜଳ ଯୋଗାଣ ନ ହୋଇ ପାରିବା ଘଟଣା ପ୍ରଶାସନର ଦୁର୍ବଳତାକୁ ପଦାରେ ପକାଉଛି। ପାନୀୟ ଜଳ ଯୋଗାଣ ସଂପର୍କରେ ହିଞ୍ଜିଳିକାଟୁ ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ପଚାରି ବୁଝିଥିଲୁ, ସେ କହିଛନ୍ତି ପନୀୟ ଜଳ ଯୋଗାଣ ସଂପର୍କରେ ଉକ୍ତ ଗ୍ରାମରେ ବୋରିଙ୍ଗ୍ କୁ ନେଇ କିଛି ବିବାଦ ଉଠିଥିଲା ତାହା ସମାଧାନ ହୋଇଯିବ ଏବଂ ୧୫ ଦିନ ମଧ୍ୟରେ ପାନୀୟ ଜଳ ଯୋଗାଣ ଆରମ୍ଭ କରାଯିବ। ରାଜ୍ୟ ସରକାର ପନୀୟ ଜଳ ପ୍ରକଳ୍ପ ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ଅର୍ଥ ଦେଉଛନ୍ତି କିନ୍ତୁ ତଳସ୍ତରେ ଦାୟିତ୍ୱ ହୀନତା ଓ ପିସି ପାଇଁ ସବୁ ସମସ୍ୟା ସୃଷ୍ଟି ହେଉଥିବା ନେଇ ସାଧାରଣରେ ମତ ପ୍ରକାଶ ପାଉଛି।

Comments (0)
Add Comment