ହିଞ୍ଜିଳିକାଟୁ ନୂତନ ଜେଏମ୍ଏଫସି କୋର୍ଟ ଭିଡିଓ କନଫରେନ୍ସ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ।

ହିଞ୍ଜିଳିକାଟୁ,୧୬/୧୨(ପିପିଟି); ହିଞ୍ଜିଳିକାଟୁ ନୂଆଗଡ ସର ପାହାଡ ନିକଟରେ ୪ କୋଟି ୭ ଲକ୍ଷ ୬୮ ହଜାର ଟଙ୍କା ବିନିମୟରେ ନିର୍ମିତ ନୂତନ ଜେଏମ୍ଏଫସି କୋର୍ଟର ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ଆଜି ସନ୍ଧ୍ୟା ୫ ଘଣ୍ଟିକାରେ ହୋଇଯାଇଛି। ଉକ୍ତ ଉଦ୍‌ଘାଟନୀ ଉତ୍ସବରେ କଳାହାଣ୍ଡି ଭିସି ହଲରୁ ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର,ଓଡ଼ିଶାର ମୁଖ୍ୟ ବିଚାରପତି ମହମ୍ମଦ ରାଫିକ, ଓଡ଼ିଶା ହାଇକୋର୍ଟ ବିଚାରପତି ବିଶ୍ୱଜିତ ମହାନ୍ତି , ହିଞ୍ଜିଳି ଜେଏମ୍ଏଫସି କୋର୍ଟର ବିଚାରପତି ସୁଶ୍ରୀ ରାଜଶ୍ରୀ ପଟ୍ଟନାୟକ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ,ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।

(ଫୋଟ ସାମ୍ବାଦିକ-ଶାନ୍ତୁନ କୁମାର ବେହେରା ।)

Comments (0)
Add Comment