ହିଞ୍ଜିଳିକାଟୁ -୩୧/୦୭ (ପିପିଟି); ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ପୌର ପରିଷଦ ,ଶେରଗଡ ଓ ହିଞ୍ଜିଳି ବ୍ଳକ ପାଇଁ ଯୁବ ବିଜେଡି ଓ ଛାତ୍ର ନେତାଙ୍କ ଚୟନ ହୋଇଯାଇଛି । ସେଥି ମଧ୍ୟରୁ ହିଞ୍ଜିଳି ପୌର ପରିଷଦ ପାଇଁ ଯୁବ ବିଜେଡି ସଭାପତି ରୂପେ ସଞ୍ଜୟ କୁମାର ପଣ୍ଡାଙ୍କୁ ଚୟନ କରାଯାଇଥିବା ବେଳେ ହିଞ୍ଜିଳି ବ୍ଳକ ଯୁବ ବିଜେଡି ସଭାପତି ରୂପେ ମନୋଜ କୁମାର ସାବତ ଓ ଶେରଗଡ ବ୍ଲକ ଯୁବ ବିଜେଡି ସଭାପତି ରୂପେ ସନ୍ତୋଷ କୁମାର ପଟ୍ଟନାୟକ ମନୋନୀତ ହୋଇଛନ୍ତି । ସେହିପରି ବିଜୁ ଛାତ୍ର ଜନତା ଦଳ ହିଞ୍ଜିଳି ବ୍ଲକ ସଭାପତି ରୂପେ ଅନୀଲ କୁମାର ସ୍ୱାଇଁ,ସମ୍ପାଦକ ରୂପେ ରଜନୀ ପଣ୍ଡା ଏବଂ ହିଞ୍ଜିଳି ପୌରପରିଷଦ ଛାତ୍ର ବିଜୁ ଜନତା ଦଳ ସଭାପତି ରୂପେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଚୟନ ହୋଇଥିବା ବେଳେ ଶେରଗଡ ବ୍ଳକ ପାଇଁ ଜଗନ୍ନାଥ ଗୌଡ଼ ଓ ସମ୍ପାଦକ ରୂପେ ସୋନାଲି ବାରିକ ଚୟନ ହୋଇଥିବା ସୂଚନା ମିଳିଛି ।ସେହିପରି ବିଜୁ ଛାତ୍ର ଜନତା ଦଳ ଗଞ୍ଜାମ ଜିଲ୍ଲା ଉପ ସଭାପତି ରୂପେ ଦିବାକର ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ରଜନତା ଦଳ ସାଧରଣ ସମ୍ପାଦକ ରୂପେ କେଶବ ମହାରଣାଙ୍କୁ ଚୟନ କରାଯାଇଛି ।ଅପର ପକ୍ଷରେ ହିଞ୍ଜିଳି ବିଜୁ ଜନତା ଦଳର ଜଣା ଶୁଣା ଯୁବନେତା ପ୍ୟାରୀ ମୋହନ ପାଢ଼ୀଙ୍କୁ ଗଞ୍ଜାମ ଜିଲ୍ଲା ଯୁବ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ରୂପେ ଚୟନ କରାଯାଇଥିବା ଖବର ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ରାଜ୍ୟ ସଭାପତିଙ୍କ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ।
(ରିପୋର୍ଟ – ସାନ୍ତନୁ କୁମାର ବେହେରା)