ବ୍ରହ୍ମପୁର,୦୬/୦୮(ପିପିଟି) : ହିଞ୍ଜିଳିକାଟୁ ଜେ.ଏମ.ଏଫ.ସି. ନୂତନ କୋଠା ପରିସରରେ ଶୁକ୍ରବାର ଆଜି ତା ୦୬-୦୮-୨୧ ରିଖ ଦିନ ୧୧ଘଣ୍ଟ ସମୟରେ ଜିଲ୍ଲା ଦୌରାଜଜ୍ ଶଶିକାନ୍ତ ମିଶ୍ରଙ୍କ ଦ୍ଵାରା ଏକ ସର୍କିଟ କୋର୍ଟର ଉଦଘାଟନ ହୋଇଯାଇଛି ।ଏହି ଅବସର ରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜା ରଞ୍ଜନ ପାଢ଼ୀ ଅତିଥି ରୂପେ ଯୋଗ ଦେଇଥିଲେ । ହିଞ୍ଜିଳି ଅଞ୍ଚଳ ଠାରୁ ଛତ୍ରପୁର ବହୁତ ଦୂର ,ଗମନାଗମନ ଅସୁବିଧା,ଶୀଘ୍ର ନ୍ୟାୟ ବ୍ୟବସ୍ଥା ପାଇଁ ଏଭଳି କୋର୍ଟ ର ଆଵଶ୍ୟକତା ଦାବି ହୋଇ ଆସୁଥିବାରୁ ତାହା ହିଞ୍ଜିଳି ବାସୀଙ୍କ ପାଇଁ ଖୁସି ଖବର ଆଣିଦେଇଛି ।ଏଣିକି ପ୍ରତି ମାସର ଦୁଇଦିନ ଜେ.ଏମ.ଏଫ.ସି.କୋର୍ଟ ପରିସର ମଧ୍ୟରେ ସର୍କିଟ୍ କୋର୍ଟ ଚାଲିବ । ଉକ୍ତ କାର୍ଯ୍ୟକ୍ରମକୁ ଜେ.ଏମ.ଏଫ.ସି.ଜଜ୍ ରାଜଶ୍ରୀ ପଟ୍ଟନାୟକ ପରିଚାଳନା କରିଥିବାବେଳେ. ହିଞ୍ଜିଳି କାଟୁ କୋର୍ଟ ର ନଥି ଅଧିକାରୀ ଅମରେଶ ନାୟକ, ଜନ ସହାୟକ ତ୍ରିଲୋଚନ ପରିଡା ,ବରିଷ୍ଠ ଆଇନଜିବୀ ନିର୍ମଳ ମିଶ୍ର, ଶାନ୍ତନୁ କୁମାର ପୋଲାଇ ଓକିଲ ସଂଘ ସଭାପତି ଦ୍ଵିତିକୃଷ୍ଣ ସାବତ, ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରହୀଙ୍କ ସହ ହିଞ୍ଜିଳିକାଟୁ ଓକିଲ ସଂଘର ସମସ୍ତ ଓକିଲ ,ତହସିଲଦାର ପ୍ରଭାତ କୁମାର ପରିଡା, ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ପୌରପରିସଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଏସଆଇ ବାସୁଦେବ ଭୋଇ ,ହାବିଲଦାର ପ୍ରମୋଦ କୁମାର ଗାନ୍ତୟତ ହିଞ୍ଜିଳି ଅଞ୍ଚଳ ର ସମସ୍ତ ସାମ୍ବାଦିକ ବନ୍ଧୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଉକ୍ତ ଉଦଘାଟନୀ ଉତ୍ସବ ରେ ଉପସ୍ଥିତଥିଲେ ।