ହିଞ୍ଜିଳିକାଟୁ କୋର୍ଟ ପରିସରରେ ଲୋକ ଅଦାଲତ ଅନୁଷ୍ଠିତ ।

ବ୍ରହ୍ମପୁର,୧୨/୦୩ (ପିପିଟି): ସ୍ଥାନୀୟ ଜେ.ଏମ.ଏଫ.ସି କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ବିଚାରପତି ଦୀପ୍ତିମୟୀ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଲୋକଅଦାଲତରେ  ଜେ.ଏମ.ଏଫ.ସି କୋର୍ଟର ୧୧ଟି କେଶର ଫଇସଲା ହୋଇଥିଲା । ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ହିଂଜିଳି କାଟୁ ଶାଖା ତରଫରୁ ୦୫ ଲକ୍ଷ ୪୮ ହଜାର ଟଙ୍କା ଶିକିରି ଷ୍ଟେଟ ବ୍ୟାଙ୍କର ୦୨ ଲକ୍ଷ ଟଙ୍କା ,ସାରୁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୦୧ ଲକ୍ଷ ୨୮ ହଜାର ଟଙ୍କା ଆଦାୟ ହୋଇଥିଲା । ହିଞ୍ଜିଳିକାଟୁ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସତ୍ୟାଶିଷ ପଟ୍ଟନାୟକ, ଫିଲଡ ଅଫିସର ସଂଗୀତା ମହାପାତ୍ର ,ଶିକିରି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସୁବ୍ରତ ପାଣିଗ୍ରାହୀ ,ଓକିଲ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତ ,ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ ,ଷ୍ଟେଟ ବ୍ୟାଙ୍କ ଓକିଲ ରାମଚନ୍ଦ୍ର ମହାପାତ୍ର, ବରିଷ୍ଠ ଆଇନଜୀବୀ ଜଗତ ମୋହନ ସାହୁ ଓ ଶାନ୍ତନୁ କୁମାର ପୋଲେଇ, ମୁକ୍ତିରମ ସାବତ,ମାନସ ରଞ୍ଜନ ପାଢ଼ୀ ,ପ୍ରମୋଦ ଦଳାଇ ,ମହେନ୍ଦ୍ର ପାତ୍ର ,ଟୁନା ସେଠୀ ସମେତ ସମସ୍ତ ଓକିଲ ଓ କୋର୍ଟ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ଯୋଗଦେବା ସହ କାର୍ଯକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।

Comments (0)
Add Comment