ହିଞ୍ଜିଳିକାଟୁ କୃଷି ବିଭାଗ ତରଫରୁ ପାଟପୁର ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ପାଳନ ।

ହିଞ୍ଜିଳିକାଟୁ;୨୩/୦୪(ପିପିଟି): ହିଞ୍ଜିଳିକାଟୁ କୃଷି ବିଭାଗ ତରଫରୁ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଧୋବାଡି ପଞ୍ଚାୟତର ପାଟପୁର ଗ୍ରାମ ଠାରେ ଏକ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଅଧିକାରୀ ଭି.କୀର୍ତିଭାସନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ ଓ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ସେହିଭଳି ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ବୋର୍ଡର ସଭ୍ୟ ନାଇଡ଼ୁ ରଘୁନାଥ ଓ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ୬୭ ବାଇ. ଗୀତାଞ୍ଜଳି,୬୮ଜୋନର ଏଳା. ସୁଦର୍ଶନ,୬୯ଜୋନର ପ୍ରିତି ସାହୁ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ କୃଷି ବିଭାଗ ତରଫରୁ ଅତିଥି ମାନଙ୍କ ଦ୍ୱାରା ଅଖିମୁଠିର ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ବଳରାମ ଯୋଜନା ଅନ୍ତର୍ଗତରେ ୦୫ ଜଣ ଚାଷୀଙ୍କୁ ଋଣ ପ୍ରଦାନ କରାଯିବା ସହ କିଛି ଚାଷୀଙ୍କୁ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା । ଏହି ଅବସରରେ କୃଷି ବିଭାଗ ତରଫରୁ ଏକ ସାଧାରଣ ସଭାର ମଧ୍ୟ ଆୟୋଜନ କରାଯାଇଥିଲା । ଉକ୍ତ ସାଧାରଣ ସଭାରେ ଅତିଥି ମାନେ ଚାଷୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଯୋଜନା ଉପରେ ଉପସ୍ଥିତ ଜନସାଧାରଣ ଓ ଚାଷୀ ମାନଙ୍କୁ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଅଧିକାରୀ ଶ୍ରୀ କୀର୍ତ୍ତିଭାସନ ସମସ୍ତ ଚାଷୀଙ୍କ ମଙ୍ଗଳ କାମନା କରିବା ସହ ସରକାର ପ୍ରତିଟି ମୁହୂର୍ତ୍ତରେ ଚାଷୀଙ୍କ ସହ ଅଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଉକ୍ତ ସଭା ଶୃଙ୍ଖଳାର ସହ ପରିଚାଳିତ ହୋଇଥିବା ହେତୁ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
(ରିପୋର୍ଟ- ଅଜିତ୍ କୁମାର ପଟ୍ଟନାୟକ। )

Comments (0)
Add Comment