ହିଞ୍ଜିଳିକାଟୁରେ ଭାରତବନ୍ଦ ସମ୍ପୂର୍ଣ୍ଣ ସଫଳ ।

ହିଞ୍ଜିଳିକାଟୁ,୨୭/୦୯(ପିପିଟି):କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚାଷୀମାନଙ୍କୁ ସର୍ବନାଶ କରିବା ପାଇଁ ଆଣିଥିବା ଅନ୍ୟାୟ କୃଷି ଆଇନ ଯଥା ଚୁକ୍ତି ଚାଷ ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ , ଘରୋଇ ମଣ୍ଡି ଆଇନ ଓ ବିଜୁଳୀ ସଂଶୋଧନ ବିଲ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଡାକରାରେ ଆଜି ଭାରତ ବନ୍ଦକୁ ସଫଳ କରିବା ପାଇଁ ଏ.ଆଇ.କେ.କେ.ଏମ.ଏସ, ଏ.ଆଇ.କେ.କେ.ଏସ, ଏ.ଆଇ. ଡି.ଏସ.ଓ, ଟି.ୟୁ.ସି.ଆଇ ମିଳିତ ସଙ୍ଗଠନ ତରଫରୁ ଭାରତ ବନ୍ଦ ପାଇଁ ପିକେଟିଂ କରି ସହର ପରିକ୍ରମା କରିଥିଲେ। ସୂଚନାଯୋଗ୍ୟ ଦିଲ୍ଲୀ ସୀମାନ୍ତରେ ଆଜକୁ ୧୦ ମାସ ଧରି ଐତିହାସିକ ଚାଷୀ ଆନ୍ଦୋଳନ ଚାଲିଛି ଓ ଏହିଆନ୍ଦୋଳନରେ ୬୦୦ରୁ ଉର୍ଦ୍ଧ୍ବ କୃଷକ ମାନେ ମୃତ୍ୟୁ ବରଣ କରିଛନ୍ତି। ଏତଦସତ୍ୱେ ଖରା, ବର୍ଷା, ଶୀତକୁ ଖାତିର ନକରି ଦୃଢ ସଂକଳ୍ପ ନେଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଘୋଷଣା କରି ଚାଷୀମାନେ ବିରତ୍ବପୂର୍ଣ୍ଣ ଲଢେଇ ଜାରି ରଖିଛନ୍ତି । ଏହି ୩ଟି କଳା ଆଇନ ବିଦେଶୀ ଏକଚାଟିଆ ପୁଞ୍ଜିପତି ମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଧିଷ୍ଟ । ଏହି ଆଇନ ଯଦି ଲାଗୁ ହେବ ତେବେ ଚାଷୀ ସେମାନଙ୍କର ଜମି ଓ ଉତ୍ପାଦିତ କୃଷି ଦ୍ରବ୍ୟ ସମ୍ପୂର୍ଣ୍ଣ ଭାବେ ଏକଚାଟିଆ ପୁଞ୍ଜିପତିମାନଙ୍କ ଅକ୍ତିଆରକୁ ଚାଲିଯିବ । ସାର,ବିହନ,କୀଟନାଶକ ଔଷଧ, ଜଳ ଓ ବିଦ୍ୟୁତ ଇତ୍ୟାଦି କ୍ଷେତ୍ରରେ ବହୁ ରାଷ୍ଟ୍ରୀୟ କମ୍ପାନୀମାନଙ୍କର ପ୍ରବେଶ ଘଟିବ । ଫଳରେ ଚାଷୀ ସର୍ବସ୍ୱାନ୍ତ ହେବେ । କୃଷିଜାତ ଦ୍ରବ୍ୟ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ବିପୁଳ ପରିମାଣରେ ମହଜୁଦ କରି ରଖିବାର ସୁଯୋଗ ପୁଞ୍ଜିପତି ମାନେ ପାଇବେ । ପରିଣାମ ସ୍ୱରୂପ ନିତ୍ୟପ୍ରୟୋଜନୀୟ ଜିନିଷପତ୍ରର ଆକାଶଛୁଆଁ ମୂଲ୍ୟବୃଦ୍ଧି ଘଟିବ । ଚାଷୀକୁଳ ସମେତ ସର୍ବସ୍ତରର ଜନସାଧାରଣ ବଞ୍ଚିବା ଦୁର୍ବିସର ହୋଇପଡିବ । ତେଣୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଭାରତ ବନ୍ଦ ଡାକରାକୁ ସମସ୍ତ ଛାତ୍ର, ଯୁବକ,ବୁଦ୍ଧିଜୀବୀ,ଶ୍ରମିକ ଓ ସମସ୍ତ ବ୍ୟବସାୟୀ ଅନୁଷ୍ଠାନ ସ୍ଵତସ୍ଫୁର୍ତ୍ତ ଭାବେ ସାମିଲ ହେବା ସହ ଦୋକାନ ବଜାର, ସ୍କୁଲ, କଲେଜ, ଅଫିସ,ଦପ୍ତର, ଚକ,ଅଖ ବନ୍ଦ ରଖିଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯଥା ବ୍ୟାଙ୍କ, ଏଲ.ଆଇ.ସି, ପୋଷ୍ଟ ଅଫିସ, ବ୍ଳକ୍ କାର୍ଯ୍ୟାଳୟ, ମୁନିସିପାଲିଟି କାର୍ଯ୍ୟଳୟ, ତହସିଲ କାର୍ଯ୍ୟଳୟ, କୋର୍ଟ ଆଦି କାର୍ଯ୍ୟଳୟ ସମ୍ମୁଖରେ ପିକେଟିଂ କରି ବନ୍ଦ କରାଯାଇଛି । ସମସ୍ତ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ଏହି ଐତିହାସିକ ଭାରତ ବନ୍ଦ ସତ ପ୍ରତିଶତ ସଫଳ ହୋଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଏ.ଆଇ.ଡି.ଏସ.ଓ, ଗଞ୍ଜାମ ଜିଲ୍ଲା କମିଟି ସମ୍ପାଦକ ନିମାଇଁ ଚରଣ ସାହୁ ଏ. ଆଇ.କେ.କେ.ଏମ.ଏସ ଜିଲ୍ଲା ସଙ୍ଗଠକ ନାରାୟଣ ସାହୁ, ଏ.ଆଇ.କେ.କେ.ଏସ ର ରାଜ୍ୟ ସମ୍ପାଦକ ଶଙ୍କର ସାହୁଙ୍କ ସମେତ ପି.ପାର୍ବତୀ,ସଂଯୁକ୍ତା ନାୟକ; ଡି. ତିରୁପତି ଦୋରା,ପପୁନ ସାହୁ, ସୌମ୍ୟରଂଜନ ଗୌଡ଼,ଅନିଲ ସାହୁ, ସନ୍ତୋଷ ପଣ୍ଡା ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।
(ରିପୋର୍ଟ୍- ଶାନ୍ତନୁ କୁମାର ବେହେରା)

Comments (0)
Add Comment