ହିଞ୍ଜିଳିକାଟୁରେ ବ୍ଳକ୍ ସ୍ତରୀୟ ସପ୍ତମ ସାଧାରଣ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ହିଞ୍ଜିଳିକାଟୁ ,୦୭/୦୭(ପିପିଟି) ହିଞ୍ଜିଳିକାଟୁ ବ୍ଳକ୍ ସମ୍ମିଳନୀ ସଭା କକ୍ଷରେ ବିଡ଼ିଓ ସୁବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉନ୍ନୟନ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, କୃଷି ବୋର୍ଡ ପରାମର୍ଶ ଦାତା ସୁରେନ୍ଦ୍ରନାଥ ପ୍ରଧାନ,ବ୍ଳକ ଅଧକ୍ଷା ସରସ୍ୱତୀ ସେଠୀ, ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ ପ୍ରମୁଖ ମଞ୍ଚାସିନ ଥିଲେ । ଆଜିର ଏହି ସପ୍ତମ ବୈଠକରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା । କାର୍ଯ୍ୟସୂଚୀ ଅନୁସାରେ ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ,କୃଷି ଓ ଆନୁଷଙ୍ଗିକ କୃଷି,ସ୍ୱାସ୍ଥ୍ୟ, ଶିକ୍ଷା,ପାନୀୟ ଜଳ ଓ ପରିମଳ,ସାଧାରଣ ବଣ୍ଟନ ବ୍ୟବସ୍ଥା,ସାମାଜିକ ସୁରକ୍ଷା,ସମନ୍ବିତ ଶିଶୁ ବିକାଶ ଯୋଜନା,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହ ଆଲୋଚନା ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଅଧିକାରୀ ଉପଖଣ୍ଡ ହିଞ୍ଜିଳିକାଟୁର ଡ.ପ୍ରତିଭା ପାତ୍ର, ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ.ନିବେଦିତା ସାହୁ,ସିଡିପିଓ ଗାଙ୍ଗୀ ସୁବୁଦ୍ଧି,ପ୍ରାଣୀଧନ ଅଧିକାରୀ, ଉଦ୍ୟାନବିତ୍,ଛତ୍ରପୁର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ଛତ୍ରପୁର ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ ଯନ୍ତ୍ରୀ ଜଳସେଚନ ବିଭାଗ,ସହକାରୀ ଯନ୍ତ୍ରୀ କ୍ଷୁଦ୍ର ଜଳସମ୍ପଦ ବିଭାଗ, ସହକାରୀ ଯନ୍ତ୍ରୀ ବ୍ରହ୍ମପୁର କ୍ଷୁଦ୍ର ଜଳସମ୍ପଦ ବିଭାଗ, ସହକାରୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ, ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ, ସହକାରୀ ଯନ୍ତ୍ରୀ ଉଠାଜଳସେଚନ ବିଭାଗ ବ୍ରହ୍ମପୁର, ବନାଞ୍ଚଳ ଅଧିକାରୀ ବ୍ରହ୍ମପୁର, ସହକାରୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି ବିଭାଗ ଉମାଚରଣ ପାଢ଼ୀ, ପ୍ରସନ୍ନ କୁମାର ଦଳାଇ କନିଷ୍ଠ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ, କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଜଳ ସେଚନ ହିଞ୍ଜିଳିକାଟୁ,କନିଷ୍ଠ ଯନ୍ତ୍ରୀ,ଜଳସେଚନ,ଟାଙ୍ଗଣାପଲ୍ଲୀ,ଗିରିଧାରୀ ବେହେରା ସହକାରୀ ଯନ୍ତ୍ରୀ ପଞ୍ଚାୟତ ସମିତି ହିଞ୍ଜିଳିକାଟୁ, ଅରୁଣ କୁମାର ପ୍ରଧାନ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଞ୍ଚାୟତ ସମିତି ହିଞ୍ଜିଳିକାଟୁ,ଏସ. ଗିରିଧାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ,ସମସ୍ତ କନିଷ୍ଠ ଯନ୍ତ୍ରୀ ପଞ୍ଚାୟତ ସମିତି ହିଞ୍ଜିଳି କାଟୁ, ସମସ୍ତ ସମ୍ପ୍ରସାରଣ ଅଧିକାରୀ ପଞ୍ଚାୟତ ହିଞ୍ଜିଳିକାଟୁ ,ହିଞ୍ଜିଳି ବ୍ଳକ୍ ର ସମସ୍ତ ଜିଲ୍ଲା ପରିଷଦ,ସରପଞ୍ଚ ଏବଂ ସମିତି ସଭ୍ୟ ଓ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।ଆଜିର ସାଧାରଣ ସଭା ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା ହୋଇଥିବାରୁ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ପଞ୍ଚାୟତ ସମିତି ପରିସରରେ ନୂତନ ଭିଡିଓ କନ୍ଫରେନ୍ସ ହଲର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଶୁଭ ଉଦଘାଟନ କରିଥିଲେ ।

ରିପୋର୍ଟ -ଅଜିତ୍ କୁମାର ପଟ୍ଟନାୟକ

 

Comments (0)
Add Comment