ହିଞ୍ଜିଳିକାଟୁରେ ପରାକ୍ରମ ଦିବସ ଅବସରରେ ବାଇକ ଶୋଭାଯାତ୍ରା ।

ହିଞ୍ଜିଳିକାଟୁ,୧୫/୦୫(ପିପିଟି):ହିଞ୍ଜିଳିକାଟୁ ଠାରେ ଭାରତୀୟ ବୀର ସୈନିକ ମାନଙ୍କୁ ସାହସିକ ପଦକ୍ଷେପ ଯୋଗୁଁ, ସେମାନଙ୍କ ଉଦ୍ଦେଶ୍ୟ ରେ, ଚଳିତ ମଇ ମାସ ୧୫ ତାରିଖ ଗୁରୁବାର ଦିନ ଏକ ବାଇକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ହିଞ୍ଜିଳି ବ୍ଳକ ଓ ହିଞ୍ଜିଳି ପୌରପରିଷଦର ଆନୁକୂଲ୍ୟରେ ହିଞ୍ଜିଳି କାଟୁ ମିନି ଷ୍ଟାଡିୟମଠାରେ ସମସ୍ତ ଦେଶପ୍ରେମୀ ଏକତ୍ରିତ ହେବାସହ ସକାଳ ୮ଘଣ୍ଟା ସମୟରେ ଏହି ବାଇକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଉକ୍ତ ଶୋଭାଯାତ୍ରାରେ ଛାତ୍ରଛାତ୍ରୀ,ଏନ.ସି.ସି, କ୍ରୀଡ଼ାବିତ ,ପୋଲିସ ,ଶିକ୍ଷକ ଶିକ୍ଷୟିତ୍ରୀ ,ଏବଂ ସାଧାରଣ ଲୋକ ଯୋଗଦେଇଥିଲେ । ଉକ୍ତ ରାଲିରେ ଅଂଶ ଗ୍ରହଣକାରୀ ମାନେ ତ୍ରିରଙ୍ଗା ପତକା ଧରି ଭାରତର ବୀର ସୈନିକଙ୍କ ସାହାସକୁ ପ୍ରଶଂସା ସହିତ ଉତ୍ସାହିତ କରିଥିଲେ । ଏହି ବାଇକ ରାଲି ହିଞ୍ଜିଳି କାଟୁ ମିନି ଷ୍ଟାଡିୟମ ଠାରୁ ବାହାରି ଭାରତ ମାତା ପ୍ରତି ନିଜର କର୍ତ୍ତବ୍ୟ ପ୍ରତିପାଦନ କରିବା ସହ ସହର ପରିକ୍ରମା କରିଥିଲେ । ବାଇକ ଶୋଭାଯାତ୍ରା ସମ୍ମାନର ସହ ପାଳିତ ହୋଇଥିବାରୁ କାର୍ଯ୍ଯଟିକୁ ପରିଚାଳନା କରିଥିବା ଓ ଶୋଭାଯାତ୍ରାରେ ଯୋଗଦେଇ ଥିବା ସମସ୍ତ ଉତ୍ସାହିଙ୍କୁ ପ୍ରଶାସନ ତରଫରୁ ସମ୍ଵର୍ଦ୍ଧନା କରାଯାଇଛି ।

(ରିପୋର୍ଟ- ଅଜିତ୍ କୁମାର ପଟ୍ଟନାୟକ)

Comments (0)
Add Comment