ହିଞ୍ଜିଳାକାଟୁ ବ୍ଲକର ପ୍ରକଳ୍ପ କାର୍ଯ୍ଯ ଶେରଗଡ ବ୍ଲକରେ, ଅର୍ଥ ଆତ୍ମସାତ ଅଭିଯୋଗ।

ବ୍ରହ୍ମପୁର,୦୨/୦୫(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଚତ୍ମକାର ଦୁର୍ନୀତି ହୋଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୁଦ୍ଧ ଜିରୋ ଟଲରେନ୍ସକୁ ଚୂନ ଲାଗାଇଦେଲେ ଯନ୍ତ୍ରୀ । ଘଟଣା ସମ୍ପର୍କରେ ଜଣାପଡିଛି ଯେ ହିଞ୍ଜିଳିକାଟୁ ବ୍ଳକର ବୁରୁପଡା ପଞ୍ଚାୟତର ଦୁଇଟି ମନରେଗା ପ୍ରକଳ୍ପ ଶେରଗଡ ବ୍ଲକର ଗୋଠଗାଁ ପଞ୍ଚାୟତର ପୁନାନ୍ଦ ଗାଁରେ ସୂଚନା ଫଳକ ଲଗାଇ ଅତି ଚଞ୍ଚକତାର ସହିତ ଅର୍ଥ ଆତ୍ମସାତ କରାଯାଇଛି। ମନରେଗାରେ କଂସାରୀ ନାଳ ଠାରୁ ହତାନାଳ ପର୍ଯ୍ୟନ୍ତ ପୁନଃଉଦ୍ଧାର କାର୍ଯ୍ଯ ପାଇଁ ଅଟକଳ ମୂଲ୍ଯ ୧୦ ଲକ୍ଷ ଟଙ୍କା,ଆର୍ଥିକ ବର୍ଷ ୨୦୧୯-୨୦ ରେ କରାଯାଇଛି। ସେହିଭଳି କଂସାରୀ ନାଳ ଠାରୁ ବାଉରିବନ୍ଧ ପର୍ଯ୍ୟନ୍ତ ମାଟିନାଳ ପୁନଃଉଦ୍ଧାର କାର୍ଯ୍ଯ ପାଇଁ ଅଟକଳ ମୂଲ୍ଯ ୧୦ ଲକ୍ଷ ଟଙ୍କା,ଆର୍ଥିକ ବର୍ଷ ୨୦୨୧-୨୨ରେ କାର୍ଯ୍ଯ କରାଯାଇଛି। ଉପରୋକ୍ତ ଦୁଇଟି ପ୍ରକଳ୍ପ ନିର୍ମାଣ ପୂର୍ବରୁ ଶେରଗଡ ବ୍ଲକ କିମ୍ବା କ୍ଷୁଦ୍ର ଜଳସମ୍ପଦ ବିଭାଗର ଅନୁମତି ନିଆଯାଇ ନାହିଁ। ନାମଫଳକ ଲଗାଇବା ସହିତ ମାଟି ଚଞ୍ଚ୍ଥାର କିଛି ଫଟୋ କରି ଅତି ଚତୁରତାର ସହିତ ଅର୍ଥ ଆତ୍ମସାତ କରାଯାଇଛି। ଦୁଇଟି ପ୍ରକଳ୍ପ ନିର୍ମାଣରେ ହୋଇଥିବା ଅନିୟମିତତା ଓ ଦୁର୍ନୀତିର ତଦନ୍ତ କରାଯାଇ ଏଥିରେ ସଂପୃକ୍ତ ଜିଆରଏସ,ପିଇଓ, ସରପଞ୍ଚ ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ବିଭାଗୀୟ ଓ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଦାବି କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀ,ପ୍ରମୁଖ ସଚିବ, ପଞ୍ଚାୟତରାଜ,ନିର୍ଦ୍ଦେଶକ ଭିଜିଲାନ୍ସ, ଓଡିଶା,ଜିଲ୍ଲାପାଳ, ଗଞ୍ଜାମ, ପିଡି, ଗଞ୍ଜାମ, ଏସପି, ଭିଜିଲାନ୍ସ, ବ୍ରହ୍ମପୁରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ତଦନ୍ତରେ ବିଳମ୍ବ ହେଲେ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନିଆଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Comments (0)
Add Comment