ହିଂଜିଳି ପ୍ରଶାସନ ତରଫରୁ କରୋନା ସଚେତନତା ପଦଯାତ୍ରା ।

ହିଂଜିଳିକାଟୁ, ୧୨/୦୫(ପିପିଟି); ହିଂଜିଳିକାଟୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୋନରଞ୍ଜନ ସାହୁ ,ହିଂଜିଳି ବ୍ଳକ ବି.ଡ଼ି.ଓ ସୁବ୍ରତ କୁମାର ଜେନା ଓ ହିଂଜିଳି ଥାନାଅଧିକାରୀ ଅଭିମନ୍ୟୁ ଦାସଙ୍କ ମିଳିତ ସହଯୋଗରେ ଏକ କରୋନା ସଚେତନତା ପ୍ରଚାର ଜନସାଧରଣଙ୍କ ଉଦ୍ଦେଶ୍ଯରେ କରାଯାଇଥିଲା । ମହାମରିର ବିକଳ୍ପ ଚିତ୍ର ଜଣେ ବ୍ୟକ୍ତି ପରିଧାନକରିବା ସହ ସମସ୍ତ ପ୍ରଶାସନ ଅଧିକାରୀ ଲୋକମାନଙ୍କୁ ହିଂଜିଳି ଅଞ୍ଚଳ ବୁଲି କରୋନା ମହାମାରୀ ବିଷୟରେ ବୁଝାଇବା ସହ ବାହାରକୁ ଆସିଲେ ଡବଲ ମାସ୍କ ବ୍ୟବହାର ସହ ୬ଫୁଟ ଦୂରତା ଅବଲମ୍ବନ କରିବା , ବାହାରେ କୌଣସି ଜିନିଷ କିଣା ବିକା ତଥା ଆଣିବା ପରେ ହାତକୁ ସବୁନୁରେ ବାରମ୍ବାର ଧୋଇବା ଏବଂ ଘରେ ରହିବା ସୁସ୍ଥ ରହିବା ଓ ସମାଜକୁ ସୁସ୍ଥ ରଖିବା ଆଦି ପରାମର୍ଶ ଦେଉଥିଲେ ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Comments (0)
Add Comment