ହିଂଜିଳି ଥାନା ରାଳବ ଛକଠାରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର ।

ହିଞ୍ଜିଳିକାଟୁ, ୦୩/୦୬(ପିପିଟି); ହିଞ୍ଜିଳି ଥାନା ଆନ୍ତର୍ଗତ ରାଳବ ଛକ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଉକ୍ତ ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତ୍ୱର ଆହାତ ହୋଇଛନ୍ତି । ସୂଚନା ପ୍ରକାରେ ଏକ ବାଲି ବୋଝେଇ ଟ୍ରକ ଆମ୍ବଗାଁ ମୁଖେ ଯାଉଥିବା ବେଳେ ସମଦିଗକୁ ୦୩ ଜଣବ୍ୟକ୍ତି ବାଇକ ଯୋଗେ ଯାଉଥିବାବେଳେ ବାଲି ବୋଝଇ ଟ୍ରକକୁ କାଇକ ଓଭର ଟେକ କରିବାକୁ ଯାଇ ଗାଡିଚକା ତଳେ ପଡି ଦୁର୍ଘଟଣା ଘଟିଥିଲା ବୋଲି ସାଧାରଣରେ ଶୁଣିବାକୁ ମିଳିଛି। ଘଟଣା ସ୍ଥଳରେ ପୁରୋଷୋତ୍ତମ ପୁର ଥାନା ଅନ୍ତର୍ଗତ ଯାମୁନି ଗ୍ରାମର କୁନା ମୁନି ମୃତ୍ୟୁ ଘତିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହାତ ସହ ବ୍ରହ୍ମପୁର ବଡ଼ ମେଡିକେଲରେ ଚିକିତ୍ସା ହୋଉଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚିବା ସହ ଦୁର୍ଘଟଣା ଘଟେଇଥିବା ଟ୍ରକ ନଂ – OR 16D 3148 ,ଏବଂ ବାଇକ ନଂ-OR07P 1632, କୁ ଘଟଣା ସ୍ଥଳୁ ଜବତ କରିବା ସହ ତଦନ୍ତ ଚାଲୁ ରଖିଛନ୍ତି ।
(ରିପୋର୍ଟ୍- ସାନ୍ତନୁ କୁମାର ବେହେରା)

Comments (0)
Add Comment