ହିଂଜିଳିକାଟୁରେ ଭାରତ ବନ୍ଦର ପ୍ରଭାବ ଶୂନ ।

ହିଂଜିଳିକାଟୁ,୨୬/୦୩(ପିପିଟି); ବର୍ଦ୍ଧିତ ରନ୍ଧନ ଗ୍ୟାସ, ପେଟ୍ରଲ ,ଡ଼ିଜେର୍ଲ ଦର,ସମସ୍ତ ଫସଲର ଏମ.ଏସ.ପି. କୁ ଆଇନଗତ ମାନ୍ୟତା,ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ,କୃଷି ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ,କୃଷକ ବିରୋଧୀ ଆଇନର ପ୍ରତିହାର, ଟୋକେନ୍ ପାଇଥିବା ଚାଷୀଙ୍କ ଧାନ କ୍ରୟ କରିବା ଆଦି ଦାବୀକୁନେଇ ଦେଶର କୃଷକ ସଙ୍ଗଠନ ମାନଙ୍କ ମିଳିତ ମଞ୍ଚ ଦ୍ଵାରା ଭାରତ ବନ୍ଦ ଆନ୍ଦୋଳନ କରାଯାଇଛି । କଂଗ୍ରେସ, ସିପିଆଇ ସହ ବହୁ ଦଳ ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଥିବା ସୂଚିତ ହୋଇଥିଲେ ମଧ୍ୟ ହିଂଜିଳିରେ ବନ୍ଦର ପ୍ରଭାହ ହୀନ ଦେଖିବାକୁ ମିଳିଛି ଏଠାରେ ସମସ୍ତ ଦୋକାନ ବଜାର ଖୋଲାଥିବା ଦେଖିବାକୁ ମିଳିଛି । ମୋଟାମୋଟିଭାବେ ହିଂଜିଳିରେ ଭାରତ ବନ୍ଦର ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି । କୌଣସି ସଙ୍ଗଠ ନ ଏଠାରେ କ୍ରିୟା ଶୂନ୍ୟ ହେତୁ ହିଂଜିଳିରେ ବନ୍ଦ ପ୍ରଭାବ ହୀନ ହେଲାବୋଲି ଵୃଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)ଣ

Comments (0)
Add Comment